ମାନ୍ଦାବସ୍ଥା ଝଟକା;ଜିଡିିପି ଅଭିବୃଦ୍ଧି ୪.୫%କୁ ଖସିଲା

 

ନୂଆଦିଲ୍ଲୀ,୩୦-୧୧: ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୫%କୁ ଖସିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୭.୧% ରହିଥିବା ଶୁକ୍ରବାର ସରକାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି। ୨୦୧୨-୧୩ ଆର୍ଥତ୍କ ବର୍ଷ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଭାରତ ୪.୩% ସ୍ତରର ଅଭିବୃଦ୍ଧି ହ୍ରାସଲ କରିଥିଲା। ଏହାକୁ ଦେଖିଲେ ବର୍ତ୍ତମାନର ଜୁଲାଇ-ସେପ୍ଟେମ୍ବର ମାସର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଥିବା ଜଣାପଡିଛି। ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବର ୬ ମାସ ମଧ୍ୟରେ ଭାରତର ଅଭିବୃଦ୍ଧି ୪.୮% ରହିଛି। ଏହା ଗତ ବର୍ଷ ସମାନ ସମୟରେ ୭.୫% ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ଦେଶର ବିକାଶ ହାର ୬.୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ପରିବର୍ତ୍ତିତ ପୂର୍ବାନୁମାନରେ କହିଛି। ଏହା ପୂର୍ବରୁ ଅଭିବୃଦ୍ଧି ୬.୯% ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଥିଲା।
ଖାଉଟି ଚାହିଦା ହ୍ରାସ, ମାନୁଫାକ୍‌ଚରିଂ କ୍ଷେତ୍ରରେ ମନ୍ଥରତା, ଘରୋଇ ନିବେଶ ଏବଂ ରପ୍ତାନି ହ୍ରାସ ହେବା ଯୋଗୁ ଭାରତ ବଜାର ଉପରେ ଏହାର ନକରାତ୍ମକ ପ୍ରଭାବ ଦେଖାଯାଇଛି। ବିଶ୍ୱ ବଜାର ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଘରୋଇ ବଜାରରେ ଲଗାତର ଅଭିବୃଦ୍ଧି ହ୍ରାସ ହେଉଥିବା ଦେଖାଯାଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ବିକାଶ ହାର ୭ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଯିବାରୁ ଏହାକୁ ନେଇ ବଜାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିଲେ। ଜୁଲାଇ-ସେପ୍ଟେମ୍ବରରେ ବିକାଶର ଗତି ୫%ରୁ ନିମ୍ନକୁ ଖସିବ ବୋଲି ଅନେକେ ପୂର୍ବାନୁମାନ କରିଥିଲେ। ଯେତେବେଳେ ଗତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୮% ରହିଥିଲା ମାତ୍ର ଚଳିତ ବର୍ଷ ଲଗାତାର ଭାବେ ଏଥିରେ ହ୍ରାସ ପରିଲକ୍ଷିତ ହେଉଛି।
ଶୁକ୍ରବାର ପ୍ରକାଶିତ ସରକାରଙ୍କ ତଥ୍ୟ ମୁତାବକ, ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୭ ମାସରେ ଅକ୍ଟୋବର ସୁଦ୍ଧା ବିତ୍ତୀୟ ନିୟଣ୍ଟ ୭.୨ ଲକ୍ଷ କୋଟି ଟଙ୍କା ରହିଛି। ଏହା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୧୦୨.୪%। ଏହାବାଦ ଅକ୍ଟୋବରରେ ୮ କୋର ସେକ୍ଟର ଶିଳ୍ପ ଅଭିବୃଦ୍ଧି ୫.୮% କମ୍‌ ହୋଇଛି। ଏଭଳି ତଥ୍ୟକୁ ବିଚାର କଲେ ମାନ୍ଦାବସ୍ଥା କବଳରୁ ଭାରତ ବାହାରିବାକୁ ସକ୍ଷମ ହୋଇ ନ ଥିବା ବିଶେଷଜ୍ଞ ମତ ରଖିଛନ୍ତି। ବଜାରରେ ଆର୍ଥତ୍କ କାର୍ଯ୍ୟକଳାପ ମନ୍ଥର ଥିବା ଯୋଗୁ ଦ୍ୱିତୀୟ ତ୍ରୈମାସ ଅଭିବୃଦ୍ଧି ୪.୭%କୁ ଖସିବ ବୋଲି ଗୁରୁବାର ରୟଟର୍ସ ପୋଲର ବିଶେଷଜ୍ଞ କହିଥିଲେ।
ଚଳିତ ବର୍ଷ ଭାରତ ବିଶ୍ୱ ସ୍ତରର ଚାପ, ଉଚ୍ଚ ମୁଦ୍ରାସ୍ପୀତି ଏବଂ ବିଭିନ୍ନ ରାଜନୈତିକ ଚ୍ୟାଲେଞ୍ଜ ସାମ୍ନା କରୁଥିବା ବେଳେ ଜିଡିପି ହ୍ରାସ ଭଳି ଘଟଣା ଏହି ସମୟରେ ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ଫିଚ୍‌ ଗ୍ରୁପର ଫାର୍ମ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ଚତୁର୍ଥ ଥର ଲାଗି ବିକାଶ ଅନୁମାନକୁ କମ୍‌ କରିଛି। ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ଖସିବ ବୋଲି ଏହା ମଙ୍ଗଳବାର କହିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ହାର ୫.୬%କୁ ଖସିବ ବୋଲି ଏହି ଏଜେନ୍ସି ପକ୍ଷରୁ କୁହାଯାଇଛି। ଶିଳ୍ପ କ୍ଷେତ୍ରରେ ମନ୍ଥର କାର୍ଯ୍ୟକଳାପ ଯୋଗୁ ଚଳିତ ମାସ ୨୧ ତାରିଖରେ ରେଟିଂ ଏଜେନ୍ସି ଇକ୍ରା ମଧ୍ୟ ଦ୍ୱିତୀୟ ତ୍ରୈମାସ ବିକାଶ ହାରକୁ ୪.୭%କୁ କମାଇଥିଲା। ଦେଶର ଗ୍ରସ ଭାଲ୍ୟୁ ଆଡେଡ୍‌ (ଜିଭିଏ) ୪.୫% ରହିବ ବୋଲି ଏହା ପୂର୍ବାନୁମାନ କରିଥିଲା। ସେହିଭଳି ଚାଇନାର ବିକାଶ ହାର ଜୁଲାଇ-ସେପ୍ଟେମ୍ବର ସମୟରେ ୨୭ ବର୍ଷର ସର୍ବନିମ୍ନ ସ୍ତର ୬%କୁ ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri