ମାନ୍ଦାବସ୍ଥା ଆଣିଛି ଘୋର ସଙ୍କଟ;୧୯% କମ୍ପାନୀ ନୂଆ ନିଯୁକ୍ତି ସପକ୍ଷରେ

ନୂଆଦିଲ୍ଲୀ,୧୧-୯: ଭାରତ ସମେତ ସାରା ବିଶ୍ୱରେ ମାନ୍ଦାବସ୍ଥାର ପ୍ରଭାବ ଏଭଳି ସ୍ଥିତିରେ ପହଞ୍ଚତ୍ଛି ଯେ, ସମସ୍ତ କ୍ଷେତ୍ର ଏବେ ଘୋର ସଙ୍କଟ ଦେଇ ଗତିକରୁଛି। ଫଳସ୍ବରୂପ ଆଗାମୀ ତୃତୀୟ ତ୍ରୈମାସ(ଅକ୍ଟୋବର-ଡିସେମ୍ବର) ମଧ୍ୟରେ ନୂଆ ନିଯୁକ୍ତି ସୃଷ୍ଟି ସମ୍ଭାବନା ନାହିଁ କହିଲେ ଚଳେ। ଏହି ସମୟରେ ମାତ୍ର ୧୯% କମ୍ପାନୀ ନୂଆ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ଅନ୍ୟପକ୍ଷରେ ୫୨ ପ୍ରତିଶତ ନିଜର କାର୍ଯ୍ୟବଳ ବା କର୍ମଚାରୀ ସଂଖ୍ୟାକୁ ଅପରିବର୍ତ୍ତିତ ରଖିବାକୁ ଚେଷ୍ଟା କରିବେ ବୋଲି ମତପୋଷଣ କରିଛନ୍ତି। ବିଶ୍ୱ ସ୍ତରରେ ହୋଇଥିବା ସର୍ଭେରୁ ଏହା ଜଣାପଡିଛି।
ବିଶ୍ୱର ଏକ ସଂସ୍ଥା ‘ମ୍ୟାନପାଓ୍ବାର ଗ୍ରୁପ୍‌ ଏମ୍ପ୍ଲଏମେଣ୍ଟ ଆଉଟଲୁକ୍‌’ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟକୁ ମଙ୍ଗଳବାର ଜାରି କରାଯାଇଛି। କମ୍ପାନୀମାନେ ଅକ୍ଟୋବର-ଡିସେମ୍ବର ମଧ୍ୟରେ ତୃତୀୟ ତ୍ରୈମାସ ମଧ୍ୟରେ ଆର୍ଥିକ ଦୃଶ୍ୟପଟ ଓ ନୂଆ ନିଯୁକ୍ତି ସମ୍ଭାବନା ନେଇ ଆଲୋଚନା କରିଛନ୍ତି। ଏଥିରୁ ଜଣାପଡିଛି ଯେ, କେବଳ ୧୯% ନିଯୁକ୍ତିଦାତା କର୍ମଚାରୀ ସଂଖ୍ୟା ବଢ଼ାଇବାକୁ ଚାହୁଁଛନ୍ତି। ଏହାବ୍ୟତୀତ ୫୨ ପ୍ରତିଶତ କର୍ମଚାରୀ ସଂଖ୍ୟା ବଦଳାଇବାର ଆବଶ୍ୟକତା ନାହିଁ ବୋଲି ମତପୋଷଣ କରିଥିବା ବେଳେ ବର୍ତ୍ତମାନ ନିଯୁକ୍ତିକୁ ନେଇ କିଛି ହେବ ନାହିଁ ବୋଲି ୨୮% ମତ ଦେଇଛନ୍ତି।
ନୂଆ ନିଯୁକ୍ତିକୁ ନେଇ ଭାରତ ଚତୁର୍ଥ ସ୍ଥାନରେ
ନୂଆ ନିଯୁକ୍ତି ସୃଷ୍ଟିକୁ ନେଇ ଅପେକ୍ଷାକୃତ ହାଲୁକା ପରିସଂଖ୍ୟାନ ସତ୍ତ୍ୱେ ଆସନ୍ତା ୩ ମାସ ଭିତରେ ନୂଆ ନିଯୁକ୍ତି ସୃଷ୍ଟିରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିବ ବୋଲି ସର୍ଭେରେ ଅନୁମାନ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ନୂଆ ନିଯୁକ୍ତି ସୃଷ୍ଟିରେ ଜାପାନ ପ୍ରଥମ, ତାଇଓ୍ବାନ ଦ୍ୱିତୀୟ ଓ ଆମେରିକା ତୃତୀୟ ସ୍ଥାନରେ ରହିବ ବୋଲି ଆଶାକରାଯାଉଛି। ଜାପାନରେ ସର୍ବାଧିକ ୨୬% ନିଯୁକ୍ତିଦାତା ତୃତୀୟ ତ୍ରୈମାସରେ ନୂଆ ଚାକିରି ଦେବାକୁ ଇଚ୍ଛାପ୍ରକାଶ କରିଛନ୍ତି। ଏହାପଛକୁ ତାଇଓ୍ବାନ ୨୧ ପ୍ରତିଶତ ଓ ଆମେରିକାର ୨୦ ପ୍ରତିଶତ କମ୍ପାନୀ ନୂଆ ନିଯୁକ୍ତି ଦେବାକ ଚାହୁଁଛନ୍ତି। ମ୍ୟାନ୍‌ପାଓ୍ବାର ଗ୍ରୁପ୍‌ ଅଧ୍ୟକ୍ଷ ତଥା ସିଇଓ ଜୋନାସ୍‌ ପ୍ରାଇସିଙ୍ଗ୍‌ କହିଛନ୍ତି ଯେ, ସାରା ବିଶ୍ୱରେ ନୂଆ ନିଯୁକ୍ତି ସୃଷ୍ଟିକୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି। କେତେକ ବଡ଼ ଅର୍ଥନୀତି କ୍ଷେତ୍ରରେ ସ୍ଥିିତି ଭଲ ରହିଥିବା ବେଳେ ବ୍ରେକ୍‌ଜିଟ୍‌ ଏବଂ ଶୁଳ୍କକୁ ନେଇ ଚାଲିଥିବା ଟଣାଓଟରା ଯୋଗୁ ଅନ୍ୟ ଦେଶରେ ନୂଆ ନିଯୁକ୍ତିକୁ ନେଇ ମନୋଭାବ ସେପରି ଭଲ ନୁହେଁ।
୪୪ ଦେଶର ୫୯ ହଜାର ନିଯୁକ୍ତିଦାତାଙ୍କୁ ନେଇ ସର୍ଭେ
ମ୍ୟାନ୍‌ପାଓ୍ବାର ପକ୍ଷରୁ ସାରା ବିଶ୍ୱର ୪୪ ଦେଶର ୫୯ ହଜାରରୁ ଅଧିକ କମ୍ପାନୀଙ୍କ ସହ ନୂଆ ନିଯୁକ୍ତି ନେଇ ଆଲୋଚନା କରାଯାଇଛି। ସର୍ଭେରୁ ଏହା ଜଣାପଡିଛି ଯେ, ଆଗାମୀ ୩ ମାସ ମଧ୍ୟରେ ୪୩ରୁ ୪୪ ଦେଶର ନିଯୁକ୍ତିଦାତାଙ୍କର ନିଜର କର୍ମଚାରୀ ସଂଖ୍ୟା ବଢ଼ାଇବା ଆଶାକରୁନାହାନ୍ତି। ଗତ ତ୍ରୈମାସ ସମ୍ପର୍କରେ ଆଲୋଚନାରୁ ଜଣାପଡୁଛି ଯେ, ୪୪ ଦେଶ ମଧ୍ୟରୁ ମାତ୍ର ୧୫ ଦେଶର କମ୍ପାନୀ ନୂଆ ନିଯୁକ୍ତିକୁ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ୨୩ ଦେଶର ନିଯୁକ୍ତିଦାତା ଦୁର୍ବଳ ରୋଜଗାର ସୃଷ୍ଟି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଚାଇନାର ମାତ୍ର ୪% କମ୍ପାନୀ ନୂଆ ନିଯୁକ୍ତି ସମ୍ପର୍କରେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri