ମାନସିକଧାରୀ ଭୋଗ ଲଗାଇଲେ ଆରିସା ପିଠା, ଖିର ଗଇଁଠା

ଚଣ୍ଡିଖୋଲ,୨୪।୧(ଡି.ଏନ.ଏ)

ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଶୁକ୍ରବାର ୫ମ ଦିନରେ ପହଞ୍ଚିଛି। ଅପରାହ୍ନରେ ମେଳାରେ ପଡ଼ିଥିବା ତିନିକଡ଼ ରାସ୍ତାରେ ବ୍ୟାପକ ଜନଗହଳି ସହିତ ପାହାଡ଼ ପାଦଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ୫୩ନଂ ଜାତୀୟ ରାଜପଥର ଗୋବରୀ ନଦୀକୂଳ ଦେଇ ପାହାଡ଼ ପାଦ ଦେଶରେ ଥିବା ମା’ ଓଳାଶୁଣୀକୁ ଦର୍ଶନ କରି ପାହାଡ଼ ଶୀର୍ଷ ଦେଶରେ ଥିବା ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ ପାଇଁ ଯାତ୍ରୀମାନେ ଆସୁଥିବାବେଳେ ଅନ୍ୟପଟରେ ୫୩ନଂ ଜାତୀୟ ରାଜପଥରୁ ବନ୍ଦରେଶ୍ୱର ଦେଇ ପାହାଡ଼ ପାଦଦେଶରେ ଥିବା ମେଳା ପଡ଼ିଆକୁ ଯାତ୍ରୀଙ୍କ ସୁଅ ଛୁଟିଥିଲା। ସେହିଭଳି ବୌଦ୍ଧପୀଠ ଲଳିତଗିରି ପଟରୁ ରାସ୍ତାରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଶୁକ୍ରବାର ବହୁସଂଖ୍ୟାରେ ଭକ୍ତମାନେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରେ ଆରିସା ପିଠା ଓ ଖିର ଗଇଁଠା ମାନସିକ ଭୋଗ ଘରୁ ପ୍ରସ୍ତୁତ କରି ଆଣି ଭୋଗ କରିଥିଲେ। ଏହି ପୀଠକୁ ଯାଜପୁର, କେନ୍ଦ୍ରପଡ଼ା, କଟକ ଓ ଜଗତସିଂହ ପୁର ଜିଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସୁଛନ୍ତି। ତେବେ ମାନସିକ ପୋଡ଼ପିଠା ଧରି କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇ, ପାଟକୁରା, ଗରଦପୁର, ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଭକ୍ତ ଆସି ଲମ୍ବା ଧାଡ଼ିରେ ଠିଆହୋଇ ମହାପୁରୁଷଙ୍କ ସମାଧି ମନ୍ଦିରରେ ଭୋଗ ଲାଗି କରୁଥିବା ଦେଖାଯାଇଥିଲା। ଓଲାଶୁଣୀ ପାହାଡ଼ ପାଦଦେଶରେ ପଡ଼ିଥିବା ମେଳା ପଡ଼ିଆରେ ମଧ୍ୟ ପ୍ରବଳ ଜନଗହଳି ହୋଇଥିଲା। ଅଧିକାଂଶ ମହିଳା ଘରକରଣା ସାମଗ୍ରୀ ମେଳା ପଡ଼ିଆରୁ କିଣୁଥିବା ଦେଖିବାକୁ ମିଳିଥିଲା। ମେଳା ପଡ଼ିଆରେ ପଡ଼ିଥିବା ହସ୍ତଶିଳ୍ପ ସାମଗ୍ରୀ ର ଚାହିଦା ଅଧିକ ଜଣାଯାଇଛି। ସେହିଭଳି ବିଭିନ୍ନ କମ୍ପାନୀର ଷ୍ଟଲ ମଧ୍ୟ ମେଳା ପରିସରରେ ଖୋଲାଯାଇଛି। ଏହି ମେଳାଟି ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲାଇ ମୌଜାରେ ରହିଥିବା ଓଳାଶୁଣୀ ପାହାଡ଼ ପାଦଦେଶରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିତ୍ବାବେଳେ ଏଠାରେ ବଡ଼ଚଣା ଓ ମାହାଙ୍ଗା ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ବ୍ୟାନର ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ସବୁ ଅଞ୍ଚଳର ଏବଂ ଦଳର କାର୍ଯ୍ୟାଳୟ ମେଳା ପରିସରରେ ଖୋଲାଯାଇଛି। ହେଲେ ଏକାଦଶୀ ତିଥି ପରେ ଅନ୍ୟ କୌଣସି ଦିନ ଏହି କାର୍ଯ୍ୟାଳୟରେ କେହି ଉପସ୍ଥିତ ରହୁ ନ ଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri