Categories: ଜାତୀୟ

ମାନବ ଶୃଙ୍ଖଳ ସମୟରେ ଶିକ୍ଷକଙ୍କ ମୃତ୍ୟୁ

ଦରଭଙ୍ଗା,୧୯।୧: ବିହାରର ଦରଭଙ୍ଗାଠାରେ ରବିବାର ଆୟୋଜିତ ମନବ ଶୃଙ୍ଖଳରେ ଯୋଗ ଦେଇଥିବା ଜଣେ ଶିକ୍ଷକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ଦରଭଙ୍ଗା ଜିଲାପାଳ ଥିଆଗରଜନ ଏସ୍‌ଏମ୍‌ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ ବିବାହକୁ ବିରୋଧ କରି ରାଜ୍ୟବ୍ୟାପି ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ ତିଆରି କରାଯାଇଥିଲା। ପୂର୍ବାହ୍ନ ୯ଟା ୩୦ଠାରୁ ଏପରି କରାଯାଥିଲା। ଏହି କାର୍ଯ୍ୟକ୍ରମକୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗାନ୍ଧୀ ମଇଦାନଠାରେ ଆରମ୍ଭ କରିଥିଲେ।

Share