ମାନବିକତା ନ ଭୁଲିବାକୁ ପୋଲିସକୁ ପରାମର୍ଶ ଦେଲେ ଏସ୍‌ପି

ଦେବଗଡ,୨୬ା୪(ଡି.ଏନ.ଏ.): ଦେବଗଡ ଆଦର୍ଶ ଥାନା ପରିସରରେ ରବିବାର ଏସ୍‌ପି ରାହୁଲ ଜୈନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଲକ୍‌ ଡାଉନ୍‌, ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାର ଉପରେ ବୁଝାଇଛନ୍ତି। ଏ ସବୁ ନୀତି ନିୟମଗୁଡିକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏସ୍‌ପି ପରାମର୍ଶ ଦେଇଥିଲେ। ଏଥିସହ ନିୟମ ମାନୁ ନ ଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସମୟରେ ମାନବିକତାକୁ ନ ଭୁଲିବାକୁ ମଧ୍ୟ କର୍ମଚାରୀ ଓ ଅଧିକାରୀଙ୍କୁ ବୁଝାଇଥିଲେ।