ମାତିଛନ୍‌ ଜଂଗଲି ବର୍‌ହା, ଉଜାଡୁଛନ୍‌ ଫସଲ: ମଚାନ୍‌ ବାଁଧି ଫସଲ ଜୁଗିଛେ ଚାଷୀ

ବିନିକା, ୧୩ା୫(ଡି.ଏନ୍‌.ଏ.):  ବିନିକା ବ୍ଲକ ଅଂଚଲରେ ଏହେଦେ ଚାଷୀ ରବିଧାନ ଫସଲ କରିଛନ୍‌। ଫସଲ ଅମଲ କରବାର ସମିଆ ପାଖେଇ ଆଏଲାନ, ଧାନ ମଥା ନଇଁ ଲପ୍‌ଲପେଇ ଯାଉଛେ। ଅଂଚଲର ଚାଷୀ ଇଥର ଭଲ ଅମଲ ହେବାର ଆଶ୍‌ ବାଁଧି ବସିଛେ। ହେଲେ ଏନ୍‌ତାଥି ଦାଉ ସାଧୁଛନ୍‌ ଜଂଗଲି ବର୍‌ହା। ବିନିକା ବ୍ଲକର ସିଂଘିଯୁବା, ଜାମପାଲି, ପାପି, ଭଣ୍ଡାର, ସର୍ଗୁଣା, କଦଲୀପାଲି, ଅମରପାଲି, ଅନ୍ତର୍ଡ଼ା, ମହୁଲପାଲି ଚରଦା, ବାଞ୍ଜିପାଲି, ସିଆଲଜୁରୀ, ନକ୍‌ଟାମୁଣ୍ଡା, ପଥରଖଣ୍ଡି, ମହଦା, ସିଆଲି, ଅମାମୁଣ୍ଡା ମଉଜାମାନକେ ଜଂଗଲି ବର୍‌ହା ମାତିଛନ୍‌। ବର୍‌ହା ଧାନ୍‌ଖେତ୍‌କେ ପସି ମଡ଼ାଦଲା କରବାର ସଂଗେ ଫସଲ ଉଜାଡ଼ି ଦେଉଛନ୍‌। ଇଥିରଲାଗି ଫିଦିନ ଚାଷୀକର ବଡ଼ଭାରି ନୁକ୍‌ସାନ ହେଉଛେ। ଅନେକ ଜାଗାରେ ଚାଷୀ ଖେତ୍‌ମାନକେ ମଚାନ୍‌ ବଁଧି ଦିନ୍‌ରାଏତ୍‌ ବର୍‌ହା ଖେଦ୍‌ବାର ଲାଗି  ଜୁଗିରହିଛନ୍‌। ବିଭାଗୀୟ ଅଧ୍‌କାରୀମାନକୁ ଇ ବାବ୍‌ଦେ ଯେତେ କହେଲେ ନାଇଁ ଶୁନୁଥିବାର ଚାଷୀ ମହଲରୁ ଅଭିଯୋଗ ହେଉଛେ। ଗଲା ଖରିଫ୍‌ରେ ବି ବର୍‌ହା ଉପଦ୍ରବରେ ଅନେକ ଚାଷୀକର ଫସଲ ଖରାପ ହେଇଥିଲା। ହେଲେ ଯେନ୍‌ହିସାବେ ଚାଷୀକର କ୍ଷତି ହେଇଥିଲା ସେ ହିସାବେ କ୍ଷତିପୂରନ ନାଇଁମିଲି। ଗଲା ଖରିଫ୍‌ରେ ବର୍‌ହା ଉପଦ୍ରବର କ୍ଷୟକ୍ଷତି ବାବ୍‌ଦେ ୫ରୁ ୬ ଏକର ପଟ୍ଟାଧାରୀ ଚାଷୀକୁ ୯ଶହରୁ ୧୨ଶହ ଟଁକା ତକ୍‌ ମିଲିଥିଲା। ଯେନ୍‌ଟା ଚାଷୀର କ୍ଷତିର ୫ ଭାଗ୍‌ ବି ଭରନା ନାଇଁ ହେଇପାରି। ବିନିକା ଅଂଚଲର ଚାଷୀ ଗୁଟେ ପରେ ଗୁଟେ ଅସବିଧାର ସାମନା କରୁଛନ୍‌। କେତେବେଲେ ପାଏନ୍‌ ଅଭାବୁ ଚାଷ୍‌ ମରୁଛେ ତ ଆର କେତେବେଲେ ରୋଗ୍‌ପୋକ୍‌, ଜଂଗଲି ବର୍‌ହାକର ଉତ୍‌ପାତରେ ଫସଲ ମାଡ଼ ଖାଉଛେ। ଏହେଦେ ରବିଧାନ ଫସଲ ଅମଲ ହେବାର ପାସ ପାସ ହେଲାନ। ଇ ସମିଆରେ ଜଂଗଲ ତରାମାନକେ ଥିବାର ଗଁାମାନ୍‌କେ ଜଂଗଲି ବର୍‌ହା ଚାଷୀକର ଫସଲ ଉଜାଡ଼ୁଛନ୍‌। ବେଲବୁଡ଼ଲେ ଦଲ ଦଲ ବର୍‌ହା ଖେତ୍‌ମାନକୁ ପସି ଫସଲ ମାଡ଼ିଦଲି କେଚ୍‌କେଚା କରିପକଉଛନ୍‌। ଏନ୍‌ତାଥି ଫସଲର ବଡ଼ଭାରି ନୁକ୍‌ସାନ ହେଉଥିବାର ଚାଷୀମାନେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଚାଷୀ ବିଦ୍ୟାଧର ସାହୁକୁଁ ପଚରାଲାରୁ ଫିବଛର ଧାନ ଫସଲ ଅମଲ କରବାର ଆଗ୍‌ରୁ ଜଂଗଲି ବର୍‌ହା ଉପଦ୍ରବ କରୁଛନ୍‌। ଖରିଫ୍‌ ଆର ଡାଲୁଅ ଦୁଇ ଫସଲରେ ବର୍‌ହାକର ଉପଦ୍ରବରେ ବଡ଼ଭାରି ନୁକ୍‌ସାନ ହେଉଛେ। ହେଲେ ଚାଷୀ ସେ ହିସାବେ କ୍ଷତିପୂରନ ନାଇଁ ପାଏବାର। ସରକାରୀ ନିୟମ ହିସାବେ ଚାଷୀକୁ ୧୫ ଦିନ୍‌ ଭିତରେ କ୍ଷତିପୂରନ୍‌ ଯୁଗେଇ ଦେବାର କଥା, ହେଲେ କିଏ କାହାକେ ପଚରଉଛେ ବଲି ସେ କହିଥିଲେ। ସେନ୍‌ତା ଚାଷୀ ଚୌବନ ସାହୁକେ ପଚରାଲାରୁ ଫିବଛର ଇ ଜଂଗଲି ବର୍‌ହାକର ଉତ୍‌ପାତ୍‌ ଗୁଟେ ମୁଡ଼୍‌ଦୁଖା ହେଇଗଲାନ ଆଗିଅଁା। ଯାହାକେ କହେଲେ କେହି ନାଇଁ ଶୁନବାର। ଗଲା ବଛର୍‌ ହେଇଥିବାର କ୍ଷୟକ୍ଷତିର ଟଁକା ଆଏଜ୍‌ଯାଏ ନୂହେମିଲେ। ଧାନ୍‌ ଅମଲ କରବାର ଆଗ୍‌ରୁ ଖେତେ ମଚାନ୍‌ ବଁାଧି ଦିନ୍‌କେ ରାଏତ୍‌ ଜୁଗବାକେ ପଡ଼ୁଛେ ବଲି ସେ କହିଥିଲେ।  ଇ ଦିଗେ ବନବିଭାଗ ଦୁରୁଷ୍‌ଟି ଦେଇ କ୍ଷତିଗ୍ରସ୍ତ ଚାଷୀକୁ ଚିନ୍‌ହଁଟ କରବାର ସଂଗେ ଯେତେ ଜଲଦି ହେବା କ୍ଷତିପୂରନ ଯୁଗେଇ ଦେବାକେ ଅଂଚଲର ଚାଷୀମାନେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri