ମାଡ଼ି ଆସୁଛି ମହାମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୯।୪: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ବିଶ୍ୱ ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଗତି ଏବେ ଠପ୍‌ ହୋଇଯାଇଛି। କୋଭିଡ୍‌-୧୯ ମହାମାରୀ ପାଇଁ ସୃଷ୍ଟି ହୋଇଥିବା ଆର୍ଥତ୍କ ସଙ୍କଟ ନେଇ ବିଶ୍ୱ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ୨୦୦୭-୦୯ରେ ଦେଖାଦେଇଥିବା ମାନ୍ଦାବସ୍ଥାଠାରୁ ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଜଟିଳ। ବିଶ୍ୱ ସାମ୍ନାରେ ମହାମାନ୍ଦାବସ୍ଥା ମାଡ଼ି ଆସୁଛି ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରୁଛନ୍ତି। ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ୍‌ ମାଲପାସ୍‌ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ବୈଠକରେ କହିଛନ୍ତି ଯେ, କରୋନାଜନିତ ମାନ୍ଦାବସ୍ଥା ବର୍ତ୍ତମାନ ସାରା ବିଶ୍ୱରେ ଅନୁଭୂତ ହେଉଛି। ଏଭଳି ସମସ୍ୟା ଯୋଗୁ ଗରିବ ଦେଶ ଏବଂ ଏଠାରେ ବସବାସ କରୁଥିବା ବ୍ୟକ୍ତିବିଶେଷ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବେ।
ସେ କହିଛନ୍ତି, ଅନ୍ତର୍ରାଷ୍ଟ୍ରୀୟ ବିକାଶ ସଂଘଠାରୁ ସହାୟତା ଲାଭ କରୁଥିବା ଦେଶଗୁଡିକ ମଧ୍ୟରେ ଦୁନିଆର ସବୁଠାରୁ ଗରିବ ଜନସଂଖ୍ୟାର ଦୁଇତୃତୀୟାଂଶ ବସବାସ କରୁଛନ୍ତି। ଏହି ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରିବେ। କରୋନା ଯୋଗୁ ବଜାରରେ ଏକ ଅନିଶ୍ଚିତତା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନର ଚିକିତ୍ସା ଖର୍ଚ୍ଚ ଉପରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହେବ। ଏଭଳି ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନ ଦେଲେ ବିଶ୍ୱ ଏକ ବଡ଼ ମାନ୍ଦାବସ୍ଥା ଆଡ଼କୁ ଗତି କରୁଛି ବୋଲି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ମାଲପାସ୍‌ କହିଛନ୍ତି। ଏହି ସମୟରେ ଉତ୍ପାଦନ,ନିବେଶ, ରୋଜଗାର, ବାଣିଜି୍ୟକ କ୍ଷତି ନେଇ ପୂର୍ବାନୁମାନ କରାଯାଇଛି, ତାହା ୨୦୦୯ ମାନ୍ଦାବସ୍ଥାଠାରୁ ଭୟାନକ ହେବ ବୋଲି ଏହି ବିଶ୍ୱ ଏଜେନ୍ସି ପକ୍ଷରୁ ଅନୁମାନ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଏହି ଅନ୍ତର୍ଜାତୀୟ ଏଜେନ୍ସି ୬୪ ବିକାଶଶୀଳ ଦେଶକୁ ସହାୟତା ଯୋଗାଇ ଦେଇଛି। ଏପ୍ରିଲ ଶେଷ ପର୍ଯ୍ୟନ୍ତ ମୋଟ ୧୦୦ ଦେଶକୁ ସହାୟତା ଯୋଗାଣ ନେଇ ଯୋଜନା କରାଯାଇଛି। ବିଶ୍ୱ ବ୍ୟାଙ୍କ ଆସନ୍ତା ୧୫ ମାସରେ ୧୬୦ ବିଲିୟନ ଡଲାର ପୁଞ୍ଜି ସହାୟତା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ସେହିଭଳି ଗରିବ ଦେଶଗୁଡିକୁ ରିହାତି ହାରରେ ୫୦ ବିଲିୟନ ଡଲାର ଋଣ ଯୋଗାଣ ନେଇ ମଧ୍ୟ ଯୋଜନା କରାଯାଇଛି। ମାଲପାସ୍‌ କହିଛନ୍ତି , ଗରିବ ପରିବାରଗୁଡିକୁ ବଞ୍ଚାଇବା, କମ୍ପାନୀଗୁଡିକୁ ସୁରକ୍ଷା ପ୍ରଦାନ ନିଯୁକ୍ତି ସଙ୍କଟକୁ କମ୍‌ କରିବା ଭଳି ପ୍ରସଙ୍ଗକୁ ବିଚାର କରି କୋଭିଡ୍‌-୧୯ ସହାୟତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଗରିବ ଦେଶଗୁଡିକୁ ସହାୟତା କରିବା ଲାଗି ଋଣ ସହାୟତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟୁଲ୍‌ ଭାବେ ହାତକୁ ନିଆଯାଉଛି। ସୂଚନାଯୋଗ୍ୟ ନିକଟରେ ଆଇଏମ୍‌ଏଫ୍‌ କରୋନା ପ୍ରଭାବକୁ ଗୁରୁତର ବୋଲି କହିବା ସହ ଏହା ୧୯୩୦ ମାନ୍ଦାବସ୍ଥାଠାରୁ ଅଧିକ କ୍ଷତି ପହଞ୍ଚାଇବ ବୋଲି ମତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri