ମାଟି ଅତଡ଼ା ଧସି ଶ୍ରମିକଙ୍କ ମୃତ୍ୟୁ

ପୁରୁଣା ଭୁବନେଶ୍ୱର,୨୪ା୧୨(ଡି.ଏନ୍‌.ଏ.): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଜେମାଦେଇପୁର ସ୍କୁଲ ନିକଟରେ ଖୋଳାଯାଇଥିବା ଗାତରେ ମାଟି ଅତଡ଼ା ଧସି ସୋମବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଅଞ୍ଚଳର ନରହରି ପଲେଇ। ନରହରି ଏଠାରେ ବଡ଼ଗଡ଼ ତାରେଣୀ ବସ୍ତିରେ ଘର ଭଡ଼ା ନେଇ ରହୁଥିଲେ। ସୂଚନା ଅନୁଯାୟୀ, ସୋମବାର ଉକ୍ତ ସ୍ଥାନରେ ଜେସିବିରେ ମାଟି ତଡ଼ା ହେଉଥିବା ବେଳେ ନରହରି ଗାତ ଭିତରେ ରହିଯାଇଥିଲେ। ହଠାତ୍‌ ମାଟି ଅତଡ଼ା ଧସିଯିବାରୁ ସେ ଗାତରେ ପୋତି ହୋଇଯାଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଚିକତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୧୯୩/୧୯)ରୁଜୁକରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ଆସନ ସଂରକ୍ଷଣ ପାଇଁ ଚିଠି ଲେଖିଲା…

ଭୁବନେଶ୍ୱର,୧୦।୪: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆସନ ସଂରକ୍ଷଣ ପାଇଁ ଜିଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି।…

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri