ମାଛ ମାରୁଥିବାବେଳେ ପୋଖରୀରେ ବୁଡି ଯୁବକ ମୃତ

ଅମରପାଲି, ୧୨।୫ (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଶାଲପାଲି ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ବିଶାଳପାଲି ଗ୍ରାମର ସୁରେଶ ବୁଡା (୪୦) ।
ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୯ଟା ସମୟରେ ସୁରେଶ ଓ ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହିତ ନିକଟସ୍ଥ ପୋଖରୀକୁ ମାଛ ମାରିବା ପାଇଁ ଯାଇଥିଲେ। ଅନ୍ୟ ଯୁବକ ଜଣକ ନିଜ ଇଟା ଭାଟିରୁ ଆସୁଛି କହି ଚାଲିଯାଇଥିବା ବେଳେ ସୁରେଶ ଜାଲ ଧରି ପୋଖରୀ ଭିତରକୁ ଯାଇଥିଲେ। କିଛି ସମୟ ପରେ ଇଟାଭାଟିରୁ ଯୁବକ ଜଣକ ଆସି ସୁରେଶଙ୍କୁ ଦେଖି ପାରି ନ ଥିଲେ। ପୋଖରୀ ହୁଡାରେ ତାଙ୍କ ଗାମୁଛା ଓ ଚପଲ ଦେଖି ସନ୍ଦେହ ହେବାରୁ ଯୁବକ ଜଣକ ପୋଖରୀକୁ ଯାଇ ଖୋଜିଥିଲେ। ପରେ ସୁରେଶଙ୍କୁ ପାଣିିରୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୁବଳୟା ପୋଲିସ ଘଟଣାସ୍ଥଳକୁ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ସୁବଳୟା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩/୨୦) ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ଥାନାଧିକାରୀ ପ୍ରଦୀପ ପ୍ରଧାନ ପ୍ରକାଶ କରିଛନ୍ତି।