ମାଛ ପାଇଁ ଶିକ୍ଷକଙ୍କୁ ହତ୍ୟା ଘଟଣା : ଜେଲଗଲେ ୪ ଅଭିଯୁକ୍ତ

ଦେବଗଡ, ୬।୧୧(ଡି.ଏନ.ଏ.) : ଦେବଗଡ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅଧିନ ପାଲୁଣୀପଡା ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ରିଆମାଳ ଥାନା ପୋଲିସ ୪ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ ଗ୍ରାମର ଶ୍ରଦ୍ଧାକର ବାରିକ(୬୧), ନରୋତ୍ତମ ବାଷ(୫୨), ଶିବ ମୁଣ୍ଡା(୨୪) ଓ ରାଜେଶ ବାଘ (୨୪)। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛିା ଖବର ମୁତାବକ ପାଲୁଣୀପଡାର ଶିକ୍ଷକ ଆଶୁତୋଷ ପଟେଲ (୩୫) ଘରଠାରୁ ଅଳ୍ପ ଦୂରରେ ଥିବା ନିଜ ପୋଖରୀରେ ମାଛ ଚାଷ କରିଥିଲେ। ସନ୍ଧ୍ୟା ସମୟରେ କେତେକ ପୋଖରୀରୁ ମାଛ ଚୋରି କରି ନେଉଥିବା ଜାଣିବା ପରେ ଆଶୁତୋଷ ସନ୍ଧ୍ୟାରେ ପୋଖରୀ ଜଗାରଖା କରୁଥିଲେ। ଏହି କ୍ରମରେ ଗତ ୩୧ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ସେ ନିଜ ପୋଖରୀକୁ ଯାଇଥିଲେ। ତେବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଆଶୁତୋଷ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ସନ୍ଧାନ ନ ପାଇବାରୁ ପୋଖରୀ ପଟକୁ ଯାଇ ଖୋଜାଖୋଜି ସମୟରେ ଆଶୁତୋଷଙ୍କ ଚପଲ ପାଣିର ଭାସୁଥିବା ଦେଖିଥିଲେ। ପୋଖରୀରେ ଖୋଜି କରିବା ସମୟରେ ଆଶୁତୋଷଙ୍କ କ୍ଷତାକ୍ତ ମୃତଦେହ ଉପରେ ଏକ ପଥର ଲଦା ହୋଇଥିବା ଦେଖିବାକୁ ପାଇଥିଲେ। ପୋଖରୀକୁ ମାଛ ଚୋରୀ କରିବାକୁ ଆସିଥିବା ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ପୋଖରି ମଧ୍ୟରେ ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରି କଂସର ଫାଣ୍ଡିରେ ଅଭିଯୋଗ କରିଥିଲୋ ଅଭିଯୋଗ ଆଧାରରେ ରିଆମାଳ ଥାନା ପୋଲିସ ଘଟଣାର ତଦନ୍ତ କରୁଥିଲାା