ମାଛ ଉପରୁ ହଟିଲା ଲକ୍‌ଡାଉନ କଟକଣା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣ ଆଶଙ୍କାକୁ ଦେଖି କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି। ଏଥିଯୋଗୁ ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଛି। ମତ୍ସ୍ୟଜୀବୀଙ୍କ ଜୀବିକା ଉଜୁଡି ଯାଇଛି। ଅନ୍ୟରାଜ୍ୟରୁ ଓଡ଼ିଶାକୁ ମାଛ ଆମଦାନୀ ବନ୍ଦ ହୋଇଯାଇଛି। ରାଜ୍ୟ ଭିତରେ ମଧ୍ୟ ଉତ୍ପାଦନ ହ୍ରାସ ପାଇଛି। ଲକ୍‌ଡାଉନ ଯୋଗୁ ପୂର୍ବଭଳି ବଜାରରେ ମାଛ ଉପଲବ୍ଧ ହେଉ ନାହିଁ। କେବଳ ମଧୁର ମାଛ ନୁହେଁ ସାମୁଦ୍ରିକ ମାଛ ଉପତ୍ାଦନ ମଧ୍ୟ ଅତି ମାତ୍ରାରେ ପ୍ରଭାବିତ ହୋଇଛି। ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ୨୦୧୭-୧୮ବାର୍ଷିକ ରିପୋର୍ଟ ତଥ୍ୟ ଅନୁଯାୟୀ ରାଜ୍ୟରେ ବାର୍ଷିକ ୬.୮୩ଲକ୍ଷ ମେଟ୍ରିକ ଟନ୍‌ ମାଛର ଉତ୍ପାଦନ ହେଉଛି। ଦୈନିକ ପ୍ରାୟ ୨ହଜାର ମେଟ୍ରିକ ଟନ୍‌ ମାଛର ଆବଶ୍ୟକତା ରହିଛି। ରାଜ୍ୟରେ ମୋଟ ୧ଲକ୍ଷ ୧୪ହଜାର ୨୩୮ମତ୍ସ୍ୟଜୀବୀ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ୬ଲକ୍ଷ ୫ହଜାର ୫୧୪ଜଣ ସାମୁଦ୍ରିକ ମାଛ ଉପରେ ନିର୍ଭର କରୁଥିବାବେଳେ ମଧୁର ଜଳ ମାଛ ବ୍ୟବସାୟ ଉପରେ ୯ଲକ୍ଷ ୯ହଜାର ୯୨୬ଜଣ ନିର୍ଭର କରନ୍ତି। ଲକ୍‌ଡାଉନ କଟକଣା ଓ ମାଛ ବ୍ୟବସାୟ ମାନ୍ଦା ଯୋଗୁ ମତ୍ସ୍ୟଜୀବୀମାନେ ଜୀବିକା ହରାଇ ଘରେ ବସି ରହିଛନ୍ତି। ସେମାନେ ସମୁଦ୍ରରୁ ମାଛ ଧରିଲେ ମଧ୍ୟ ତାହା ବିକ୍ରି ହେଉ ନାହିଁ। ବଜାରରେ ମାଛ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ହେଉ ନ ଥିବାରୁ ଦର ମଧ୍ୟ ବଢି ଯାଇଛି। ଏହି ଅତ୍ୟାବଶ୍ୟକ ସାମଗ୍ରୀକୁ ଲକ୍‌ଡାଉନ କଟକଣା ମୁକ୍ତ କରାଯାଇଛି। ମତ୍ସ୍ୟ ସମ୍ବନ୍ଧୀୟ ସମସ୍ତ କଟକଣାକୁ ହଟାଇ ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଲକ୍‌ଡାଉନ କଟକଣାରୁ ସମୁଦ୍ରରୁ ମାଛ ଧରିବା, ମାଛ ଜାଆଁଳ ଶିଳ୍ପ, ମାଛ ମାରିବା, ବଢ଼ାଇବା ଓ ସେମାନଙ୍କୁ ଦାନା ଦେବା ଆଦି ଜରୁରୀ କାର୍ଯ୍ୟକୁ କଟକଣା ମୁକ୍ତ କରିବା ସହ ମାଛ, ମାଛ ଖାଦ୍ୟ, ଜାଆଁଳ ନେଇ ଯାଉଥିବା ଯାନ ବାହାନକୁ ନ ଅଟକାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏଥିରେ ନିୟୋଜିତ କମଚାରୀଙ୍କୁ ହଇରାଣ ହରକତ ନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଏହିକାର୍ଯ୍ୟରେ ନିୟୋଜିତ ସଂସ୍ଥା କିମ୍ବା ଅନୁଷ୍ଠାନ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ଯେପରି ପାଳନ କରିବେ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri