Categories: ଜାତୀୟ

ମା’ଙ୍କ ଦ୍ୱିତୀୟ ବିବାହରେ ଶୁଭେଚ୍ଛା ଜଣାଇଲେ ପୁଅ: ଭାବପ୍ରବଣ ହୋଇ ଲେଖିଲେ ଏମିତି

ଥିରୁଭାନନ୍ତପୁରମ୍‌, ୧୩।୬: ମା’ଙ୍କ ଦ୍ୱିତୀୟ ବିବାହରେ ତାଙ୍କୁ ଶୁଭେଚ୍ଛା ଜଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେରଳର ଜଣେ ଯୁବକ। ଗୋକୁଲ ଶ୍ରୀଧର ନାମକ ଏହି ଯୁବକ ଫେସବୁକରେ ନିଜ ମା’ଙ୍କ ପାଇଁ ଲେଖିଥିବା ଭାବପ୍ରବଣ ସନ୍ଦେଶ ଏବେ ବେଶ୍‌ ଭାଇରାଲ ହୋଇଛି। ପିତାଙ୍କଠାରୁ ଅତ୍ୟାଚାର ପାଇ ପୁଣି ଥରେ ନୂଆ ଜୀବନ ବାଛିଥିବାରୁ ସେ ମା’ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଧାରଣତଃ ସମାଜରେ ଦ୍ୱିତୀୟ ବିବାହ କରୁଥିବା ମହିଳାଙ୍କୁ ନୀଚ୍ଚ ଦୃଷ୍ଟିରେ ଦେଖାଯାଏ କିନ୍ତୁ ମୋ ମା’ ଯାହା କରିଛନ୍ତି ତାହା ପ୍ରଶଂସନୀୟ। ସେ କଷ୍ଟ ସହି ନିଜ ପିଲାଙ୍କୁ ବଡ କରିଛନ୍ତି। ପିତାଙ୍କ ଯନ୍ତ୍ରଣାରୁ ବାହାରି ନିଜ ଖୁସି ପାଇଁ ମା’ ଦ୍ୱିତୀୟ ବିବାହ କରିଥିବାରୁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ଗୋକୁଲ କହିଛନ୍ତି। ଗୋକୁଲ ସିପିଏମ୍‌ ଛାତ୍ର ଓ୍ବିଙ୍ଗ୍‌ ଏସଏଫଆଇର ସଦସ୍ୟ ଅଛନ୍ତି। ତାଙ୍କ ଘର କେରଳର କୋଲମ ଜିଲାରେ ବୋଲି ଜଣାପଡିଛି।

Share