ମାଙ୍କଡ଼ ତଡ଼ିବା ପାଇଁ ଭାଲୁ ପୋଷାକ ପିନ୍ଧିଲେ ଆଇଟିବିପି ଯବାନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ପଦାର୍ଥ ଛଡ଼ାଇ ନେବା ସହିତ ନାନା ପ୍ରକାର ହଇରାଣ କରୁଛନ୍ତି। ଲୋକେ ମାଙ୍କଡ଼ଙ୍କ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଇଟିବିପି ୭ ବାଟାଲିୟନ ଯବାନ ଭାଲୁ ପୋଷାକ ପିନ୍ଧି ମାଙ୍କଡ଼ ତଡ଼ିବା କାମରେ ଲାଗିଛନ୍ତି। ଯବାନମାନେ ଭାଲୁ ପୋଷାକ ପିନ୍ଧି ଏଭଳି କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୨ ମିନିଟ ୧୭ ସେକେଣ୍ଡର ଏହି ଭିଡ଼ିଓକୁ ବହୁ ୟୁଜର ଲାଇକ୍‌ କରିବା ସହିତ ସକାରାତ୍ମକ କମେଣ୍ଟ ମଧ୍ୟ ଲେଖିଛନ୍ତି।

Share