Categories: ଜାତୀୟ

ମାଓବାଦୀ ହିଂସା ୪୩% କମିଛି

ନୂଆଦିଲ୍ଲୀ,୨୫ା୭(ପି.ଟି.): ଗତ ୫ ବର୍ଷରେ ମାଓବାଦୀ ହିଂସା ୪୩% କମିଛି। ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜ. କିଷନ୍‌ ରେଡ୍ଡୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାରୀ ନୀତି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ବାମପନ୍ଥୀ ଉଗ୍ରବାଦ କମିଥିବା ସେ ପ୍ରକାଶ କରିଛନ୍ତି। ୨୦୧୮ରେ ୬୦ ଜିଲାରେ ବାମପନ୍ଥୀ ଉଗ୍ରବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ୨୦୧୪ରୁ ୨୦୧୯ ମଧ୍ୟରେ ଏହା ଯଥେଷ୍ଟ କମିଥିବା ସେ ପ୍ରକାଶ କରିଛନ୍ତି।

Share