Categories: ଜାତୀୟ

ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଯବାନ ଆହତ

ବିଜାପୁର,୩୦।୮: ଛତିଶଗଡ଼ର ବିଜାପୁରରେ ଶୁକ୍ରବାର ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି)ର ଜଣେ ହେଡ୍‌ କନଷ୍ଟେବଳ ଏଥିରେ ଆହତ ହୋଇଥିବା ପୋଲିସ କହିଛି। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ବିଜାପୁରର କୋତବାଲି ଅଞ୍ଚଳରେ ଥିବା ମନମେଲି ଗାଁରେ ଏହି ବିସ୍ଫୋରଣ ହୋଇଛି। ଡିଆର୍‌ଜି ଯବାନ ମାନେ ଯେତେବେଳେ ଉକ୍ତ ଅଞ୍ଚଳ ପରିଦର୍ଶନରେ ବାହାରିଥିଲେ ସେହି ସମୟର ସୁଯୋଗ ନେଇ ମାଓବାଦୀମାନେ ବିସ୍ଫୋରଣ କରିଥିବା କୁହାଯାଉଛି। ରାଜଧାନୀ ରାୟପୁରଠାରୁ ପାଖାପାଖି ୪୫୦ କିଲୋମିଟର ଦୂରରେ ପାଟ୍ରୋଲିଂ ପରେ ଯବାନମାନେ ଯେତେବେଳେ ଗୋରନା ନିକଟରେ ପହଞ୍ଚିଥିଲେ ସେତେବେଳେ ହେଡ୍‌ କନଷ୍ଟେବଳ ନିଲା ଉଦୟ ଅଜାଣତରେ ଏକ ଆଇଇଡି ଉପରେ ପାଦ ପକାଇ ଦେଇଥିଲେ। ଫଳରେ ତାହା ବିସ୍ଫୋରଣ ହୋଇଥିଲା।

Share