Posted inଜାତୀୟ

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର ରାଡାରରେ ୪ ବରିଷ୍ଠ କମାଣ୍ଡରଙ୍କ ସମେତ ପ୍ରାୟ ୩୦୦ ମାଓବାଦୀ ରହିଥିବା ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ କେବଳ ମାଓବାଦୀଙ୍କୁ ସମୂଳେ ନାଶ କରିଦେଲେ ହେବନାହିଁ, ଆଗକୁ ଏହି ବାମ କଠୋରପନ୍ଥୀ ବିଚାରଧାରା ଯେପରି ମୁଣ୍ଡ ଟେକି ନ ପାରିବ ସେଥିଲାଗି ସମାବେଶୀ ବିକାଶ ସାଙ୍ଗକୁ ପ୍ରଭାବିତ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ସମସ୍ୟାଗୁଡ଼ିକର ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି। ନିଷିଦ୍ଧ ଘୋଷିତ ସିପିଆଇ (ମାଓଇଷ୍ଟ) କେନ୍ଦ୍ରୀୟ କମିଟି (ସିସି)ର ୪ ଶୀର୍ଷ ସଦସ୍ୟ ହେଲେ ଶିଶିର ବେସ୍ରା ଓରଫ୍‌ ଭାସ୍କର, ଦେବଜୀ ଓରଫ କୁମ୍ଭ ଦାଦା ଓରଫ୍‌ ଚେତନ୍‌, ରମନ୍ନା ଓରଫ ଗଣପତି ଓରଫ୍‌ ଲକ୍ଷ୍ମଣ ରାଓ ଏବଂ ମଲ୍ଲାହ ରାଜା ରେଡ୍ଡୀ ଓରଫ୍‌ ସାଗର। ଏମାନଙ୍କୁ ଜୀବନ୍ତ ହେଉ କି ମୃତ ଧରିବା ପାଇଁ ସୁରକ୍ଷା ସଂସ୍ଥାଗୁଡ଼ିକ ଲାଗିପଡ଼ିଛନ୍ତି। ଛତିଶଗଡ଼-ତେଲଙ୍ଗାନା ସୀମାରେ ଦେବଜୀ ଓ ତାଙ୍କ ଦ୍ୱିତୀୟ କମାଣ୍ଡ୍‌ କେସା ସୋଧି ଉପସ୍ଥିତ ଥିବା ନେଇ ମଙ୍ଗଳବାର ଗୋଇନ୍ଦା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ଏକ ବଡ଼ ଅପରେଶନ୍‌ ଆରମ୍ଭ ହୋଇଛି। ଅଧିକାରୀମାନେ କହିଛନ୍ତି, ଓଡ଼ିଶାରେ ଆତ୍ମଗୋପନ କରିଥିବା ରେଡ୍ଡୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ବରିଷ୍ଠ କମାଣ୍ଡର ଏହି ଅଞ୍ଚଳରେ ସକ୍ରିୟ ରହିଛନ୍ତି। ସେମାନେ ସମସ୍ତେ ଆତ୍ମସମର୍ପଣ କରିବା ଅନୁଚିତ। ନଚେତ୍‌ ମାର୍ଚ୍ଚ ଶେଷ ସୁଦ୍ଧା ସେମାନଙ୍କୁ ନିପାତ କରାଯିବ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଏହି ମାଓବାଦୀମାନଙ୍କୁ ଧରାଇଦେଲେ ୫ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ସଙ୍ଗଠନରେ ବିଶୃଙ୍ଖଳା, ଉତ୍ପୀଡ଼ନ ଓ ବାହ୍ୟ ଚାପ ଯୋଗୁ ମାଓବାଦୀ କ୍ୟାଡରମାନେ ଆତ୍ମସମର୍ପଣ କରିବାରେ ଲାଗିଛି। ଯେଉଁମାନେ ଅସ୍ତ୍ରତ୍ୟାଗ କରୁନାହାନ୍ତି, ସେମାନଙ୍କୁ ଧରିବା ପାଇଁ ଯବାନମାନେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।
ପ୍ରକାଶ ଯେ ଛତିଶଗଡ଼ର ବିଜାପୁର, ସୁକ୍‌ମା ଓ ନାରାୟଣପୁର ଜିଲାରେ ମାଓବାଦ ସୀମିତ ରହିଥିବା ନେଇ ୨୦୨୫ ଅକ୍ଟୋବରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଲାଲବାହିନୀ ଦ୍ୱାରା ପ୍ରଭାବିତ ଜିଲା ସଂଖ୍ୟା ୧୮ରୁ ୧୧କୁ ଖସିଆସିଥିବା ମନ୍ତ୍ରଣାଳୟର ଏକ ବିବୃତିରେ ଦାବି କରାଯାଇଥିଲା। ତେଣୁ ନୂଆ ଆର୍ଥିକବର୍ଷ ଆରମ୍ଭ ହେବା ପୂର୍ବରୁ ଭାରତରୁ ମାଓବାଦର ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଅପରେଶନ ଜାରି ରହିଛି। ବର୍ତ୍ତମାନ ଛତିଶଗଡ଼ର ବସ୍ତର ଡିଭିଜନ, ସୁକ୍‌ମା ଓ ବିଜାପୁର ଜିଲା ଏବଂ ଓଡ଼ିଶା-ଛତିଶଗଡ଼-ତେଲଙ୍ଗାନା ସୀମାନ୍ତ ଅଞ୍ଚଳରେ କୋମ୍ବିଂକୁ ଜୋର୍‌ଦାର କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri