ମାଉଜର ଦେଖାଇ ସ୍କୁଟି ସହ ୧ ଲକ୍ଷ ୮୯ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ/ ବାଲୁଗାଁ,୭।୭ (ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ବାଣପୁର ଥାନା କୁମାରଙ୍ଗ ରୋଡ୍‌ର ବଡ଼ଶଙ୍ଖଠାରେ ରବିବାର ପୂର୍ବାହ୍ନରେ ମାଉଜର ଦେଖାଇ ଦୁର୍ବୃତ୍ତମାନେ ସ୍କୁଟି ସହ ୧ ଲକ୍ଷ ୮୯ ହଜାର ୮୦୮ ଟଙ୍କା ଲୁଟ୍‌ କରିନେଇଛନ୍ତି। ବାଣପୁର ଅଞ୍ଚଳର ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ବବିତା ପାତ୍ରଙ୍କ ଠାରୁ ଏହି ଲୁଟ୍‌ ହୋଇଛି। ବବିତା ଅର୍ଥଲଗାଣକାରୀ ସଂସ୍ଥାର ମ୍ୟାନେଜର ଦେବୀରଥ ହରିଚନ୍ଦନଙ୍କ ସହ ବାଣପୁରର ୭ଟି ଗାଁରୁ ଟଙ୍କା ଆଦାୟ କରି ଫେରୁଥିଲେ। ସ୍କୁଟି ଭିତରେ ଟଙ୍କା ଏବଂ ମୋବାଇଲ ଥିଲା। ପଛପଟରୁ ଏକ ନୀଳରଙ୍ଗର ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ମାଉଜର ଦେଖାଇ ସେମାନଙ୍କଠାରୁ ସ୍କୁଟି ଛଡ଼ାଇ ନେଇଥିଲେ। ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।