ମାଇଗ୍ରେଶନ କମିଶନ ଗଠନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୬ା୫(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ୨୩ ଲକ୍ଷ ପ୍ରବାସୀ ଶ୍ରମିକ ଉତ୍ତରପ୍ରଦେଶ ଫେରିଲେଣି। ଏବେ ସେମାନଙ୍କୁ ନିଯୁକ୍ତି ଓ ସାମାଜିକ ସୁରକ୍ଷା ଯୋଗାଇବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ମାଇଗ୍ରେଶନ କମିଶନ ଗଠନ ଲାଗି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଉକ୍ତ କମିଶନ ପ୍ରବାସୀ ଶ୍ରମିକମାନଙ୍କୁ ବୀମା ସମେତ ସାମାଜିକ ସୁରକ୍ଷା ଯୋଗାଇଦେବ। ଲକ୍‌ଡାଉନ ସମ୍ପୂର୍ଣ୍ଣ ଉଠିବା ପରେ ଅନ୍ୟ ରାଜ୍ୟ ପ୍ରବାସୀ ଶ୍ରମିକଙ୍କୁ ଫେରାଇନେବାକୁ ଚାହିଁଲେ ଏଥିପାଇଁ ୟୁପି ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଶ୍ରମିକମାନଙ୍କୁ ସରକାର କେବଳ ଯାଞ୍ଚ କରିବେ ନାହିଁ, ସେମାନଙ୍କ ଦକ୍ଷତା ବଢ଼ାଇବା ସହ ଦେଶର ଯେକୌଣସି ସ୍ଥାନକୁ ଯିବା ପାଇଁ ସହାୟତା କରିବେ ବୋଲି ଯୋଗୀ କହିଛନ୍ତି।

Share