ମହୁଲ ବୋଝେଇ ମିନିଟ୍ରକ୍‌ ଧରାପଡ଼ିଲା

ପଦ୍ମପୁର,୧୨।୫(ଡି.ଏନ.ଏ): ବରଗଡ଼ ଜିଲା ବୁଡ଼େନ ଥାନା ପୋଲିସ ହାତରେ ମଙ୍ଗଳବାର ମହୁଲ ଚୋରାଚାଲାଣ ଧରାପଡ଼ିଛି। ପୋଲିସ ଏକ ମହୁଲ ବୋଝେଇ ମିନିଟ୍ରକ୍‌ (ନଂ.ଓଡ଼ି୧୭ଏସ୍‌/୩୬୭୧)କୁ ଜବତ କରିଛି । ଜବତ ମହୁଲର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏ ନେଇ ପୋଲିସ ଏକ ମାମଲା (ନଂ.୬୯/୨୦) ରୁଜୁ କରିବା ସହିତ ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।