ମହୁରୋଳ ଆକ୍ରମଣରେ ଶିଶୁକନ୍ୟାଙ୍କ ପ୍ରାଣଗଲା

ବାସୁଦେବପୁର,୨୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପାରାପୋଖରୀ ଗ୍ରାମରେ ରବିବାର ମହୁରୋଳ ନାମକ ଏକ ବିଷାକ୍ତ ପୋକ ଆକ୍ରମଣରେ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁକନ୍ୟା ହେଉଛନ୍ତି ପାରାପୋଖରୀ ଗ୍ରାମର ଗଣେଶ ବିଶ୍ୱାଳଙ୍କ ଝିଅ ସାବିତ୍ରୀ। ସାଙ୍ଗପିଲାଙ୍କ ସହ ସାବିତ୍ରୀ ଖେଳୁଥିବା ସମୟରେ କିଛି ମହୁରୋଳ ତାଙ୍କୁ କାମୁଡ଼ି ଦେଇଥିଲେ। ତାଙ୍କୁ ପ୍ରଥମେ ପରିବାର ଲୋକେ ଚାନ୍ଦିମାଳ ବଜାରରେ ଥିବା ଏକ ଘରୋଇ କ୍ଲିନିକ୍‌କୁ ନେଇଥିଲେ। ସେଠାରେ କିଛି ଔଷଧ ଖାଇବା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାସୁଦେବପୁର ଡାକ୍ତରଖାନା ଅଣାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କଷିଆ ସାମୁଦ୍ରିକ ଥାନା ପୋଲିସ କେସ ନଂ. ୨/୧୯ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି।