Categories: ଫୁରସତ

ବିଶ୍ୱ ମହୁମାଛି ଦିବସ: ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ

ମହୁମାଛି ଆମ ଜୀବନରେ ବହୁ ଗୁରୁତ୍ୱପୂର୍ଣ୍ଣ। ଆମେ ଖାଉଥିବା ଫଳ, ପନିପରିବା କିମ୍ବା ଶସ୍ୟଜାତ ଉଦ୍ଭିଦ ଲଗାଇବା ପାଇଁ କେବଳ ଖରା, ମାଟି, ପାଣି ପବନ ଜରୁରି ନୁହେଁ। କିଛି କୀଟପତଙ୍ଗଙ୍କର ମଧ୍ୟ ବିଶେଷ ଭୂମିକା ରହିଛି। ପୃଥିବୀରେ କୃଷିକ୍ଷେତ୍ରରେ ଏକ ବଡ଼ଭାଗ ଏହି କୀଟପତଙ୍ଗ ଉପରେ ନିର୍ଭର କରିଥାଏ। ଏଥିରେ ମହୁମାଛିଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଥିପ୍ରତି ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ମେ’ ୨୦ରେ ମହୁମାଛି ଦିବସ ପାଳନ କରାଯାଇଥାଏ। ଜାଣନ୍ତୁ ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ କ’ଣ ରହିଛି…


ଆମେ ଖାଉଥିବା ଫଳ, ପନିପରିବା କିମ୍ବା ଶସ୍ୟର ବୃଦ୍ଧିରେ ପରାଗ ପ୍ରକ୍ରିୟା ସହାୟକ ହୋଇଥାଏ। ମହୁମାଛି ଉଦ୍ଭିଦଗୁଡିକର ପରାଗ କଣିକାକୁ ଗୋଟିଏ ଗଛରୁ ଅନ୍ୟ ଗଛକୁ ପରିବହନ କରିବାରେ ସାହାଯ୍ୟ କରେ। ଯେତେବେଳେ ମହୁମାଛି ଗୋଟିଏ ଫୁଲ ଉପରେ ବସିଥାଏ, ପରାଗ କଣିକା ଏହାର ପାଦ ଏବଂ ଡେଣାରେ ଲାଗିଥାଏ । ଯେତେବେଳେ ଏହା ଅନ୍ୟ ଏକ ଗଛକୁ ଉଡ଼ିଯାଏ, ପରାଗ କଣିକା ସେହି ଉଦ୍ଭିଦ ଭିତରକୁ ଯାଇ ଏହାକୁ ସାର ଦେଇଥାଏ। ଏହାଦ୍ୱାରା ଫଳ ଏବଂ ମଞ୍ଜି ସୃଷ୍ଟି ହୋଇଥାଏ।


ମଣିଷର କାର୍ଯ୍ୟକଳାପ ଯୋଗୁ କୀଟପତଙ୍ଗର ପରାଗ ଜୀବନ ବିପଦପୂର୍ଣ୍ଣ। ଲୋକମାନଙ୍କୁ ସେମାନଙ୍କର ଗୁରୁତ୍ୱ ଏବଂ ନିରାପତ୍ତା ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୨୦ ମେ’ରେ ବିଶ୍ୱ ମହୁମାଛି ଦିବସ ପାଳନ କରାଯାଇଥାଏ। ଏତଦ୍‌ବ୍ୟତୀତ ଆଧୁନିକ ମହୁମାଛି ଚାଷର କୌଶଳ ଅଗ୍ରଗତି କରିଥିବା ଆଣ୍ଟନ ଜନ୍‌ସାଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ ଏହି ବିଶେଷ ଦିବସ ମଧ୍ୟ ପାଳନ କରାଯାଇଥାଏ।

Share