ମହୀଧରପୁର ସାପ୍ତାହିକ ହାଟ : ଛାଇ ନାହିଁ କି ନିର୍ମାଣ ହେଉନି ପିଣ୍ଡି

ବଅଁରପାଳ, ୧୩।୬ (ଡି.ଏନ୍‌.ଏ) – ଦୃଷ୍ଟି ଆଢୁଆଳରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ମହୀଧରପୁରର ସାପ୍ତାହିକ ହାଟ। ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ ସତ୍ତ୍ୱେ ସୁଧୁରିପାରୁନି ହାଟର ଅବସ୍ଥା। ଖୋଲା ଆକାଶ ତଳେ ଖରାତରାରେ ବ୍ୟବସାୟୀମାନେ ବସୁଥିବାବେଳେ ଆଜି ପର୍ଯ୍ୟନ୍ତ ସେଠାରେ ପିଣ୍ଡିଟିଏ ବି ନିର୍ମାଣ ହୋଇପାରିନି। ଏହାକୁ ନେଇ ଉଭୟ ବ୍ୟବସାୟୀ ଓ ହାଟ ଉପରେ ନିଭର୍ର୍ର କରୁଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି।
ଦୀର୍ଘ ୩୦ ବର୍ଷର ହାଟଟି ଏପରି ଅବ୍ୟବସ୍ଥାରେ ଚାଲୁଥିଲେ ମଧ୍ୟ ଏହାର ସାମାନ୍ୟ ଉନ୍ନତି ପାଇଁ କାହାରି ଦୃଷ୍ଟି ପଡୁନି। ପ୍ରତି ଶୁକ୍ରବାର ସକାଳୁ ଖୋଲୁଥିବା ଏହି ହାଟ ଉପରେ ବନ୍ତଳା, ମାଧପୁର, ପୋକତୁଙ୍ଗା, ତଳମୂଳ, କୁରୁମିଠା, ହାତୁରା, କଁସରା, ଫୁଲପଡ଼ା, ମହୀଧରପୁର ସମେତ ଆଖପାଖ ଅଞ୍ଚଳର ଲୋକେ ପନିପରିବା ସହ ଅନ୍ୟାନ୍ୟ ଜିନିଷ କିଣିବା ପାଇଁ ନିର୍ଭର କରିଥାନ୍ତି। ଏଥିରୁ ବର୍ଷକୁ ଲକ୍ଷାଧିକ ଟଙ୍କା ମଧ୍ୟ ସରକାରଙ୍କ ତହବିଲକୁ ଯାଉଛି। ହେଲେ ତାହା ହାଟର ଉନ୍ନତୀକରଣରେ ଲାଗୁ ନ ଥିବା ଅଭିଯୋଗ କରିଛନ୍ତି କେତେଜଣ ବ୍ୟବସାୟୀ। ବ୍ୟବସାୟୀଙ୍କ ବସିବା ପାଇଁ ଏଠାରେ ଆବଶ୍ୟକ ପିଣ୍ଡି ନାହିଁ। ଯେଉଁ କେତୋଟି ପିଣ୍ଡି ଅଛି ସେଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ବ୍ୟବସାୟୀମାନେ ଖରା ଓ ବର୍ଷାରେ ବହୁ ସମସ୍ୟାରେ ବ୍ୟବସାୟ କରୁଛନ୍ତି। ଏପରିକି ଜାଗା ଅଭାବରୁ କେତେକ ବ୍ୟବସାୟୀ ଅନୁଗୋଳ-ମହୀଧରପୁର ରାସ୍ତା ପାର୍ଶ୍ୱରେ ବସୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ଅନ୍ୟପକ୍ଷରେ ଏଠାରେ ପାନୀୟ ଜଳର ସୁବିଧା ଓ ଶୌଚାଳୟ ମଧ୍ୟ ନାହିଁ। ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏଠାରେ ବ୍ୟବସାୟମାନଙ୍କ ସୁବିଧା ପାଇଁ ୧୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ନିର୍ମିତ ହୋଇଛି। କିନ୍ତୁ ଏହି ଦୋକାନଗୁଡ଼ିକ ମଧ୍ୟ ଧିରେ ଧିରେ ଶୋଚନୀୟ ଅବସ୍ଥାକୁ ଆସିଗଲାନି।
ବ୍ୟବସାୟୀ ସଞ୍ଜୟ ସାହୁ, ସର୍ବ ଗୋଚ୍ଛାୟତ, ଅଭୟ ସାହୁ ପ୍ରମୁଖ କୁହନ୍ତି, ଏହି ହାଟରେ ବହୁ ସମସ୍ୟା ରହିଛି। ଆବଶ୍ୟକ ପିଣ୍ଡି ନ ଥିବାରୁ ଖୋଲା ଆକାଶ ତଳେ ବସିବାକୁ ପଡୁଛି। ମହିଧରପୁର ସରପଞ୍ଚ ବିନୋଦ ବେହେରା କୁହନ୍ତି, ପୂବର୍ର୍ରୁ ପଞ୍ଚାୟତ ଅଧୀନରେ ଏହି ହାଟ ଚାଲିଥିଲା। ପରେ ଏହାର ପରିଚାଳନା ଦାୟିତ୍ୱ ନିୟନ୍ତ୍ରିତ ବଜାର କମିଟି ତୁଲାଉଛନ୍ତି। ସମସ୍ତ ଉନ୍ନତୀକରଣ କାମ କେବଳ କାଗଜ କଲମରେ ସୀମିତ ରହିଯାଉଛି। ଏ ସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ସନ୍ତୋଷ ପ୍ରଧାନ କହିଛନ୍ତି, ହାଟର ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରାଯିବ। ଏହାର କିଭଳି ସମାଧାନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri