Posted inଖେଳ

ମହିଳା ହକି ସିରିଜ: ଦ୍ୱିତୀୟ ମ୍ୟାଚ୍‌ରେ ହାରିଲା ଭାରତ

ଅକ୍‌ଲାଣ୍ଡ,୨୭।୧(ପି.ଟି.)- ଭାରତୀୟ ମହିଳା ହକି ଦଳ ୧-୨ ଗୋଲରେ ନ୍ୟୁଜିଲାଣ୍ଡଠାରୁ ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ସାଲିମା ଟେଟେ ଏକମାତ୍ର ସ୍କୋର କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଭାରତ ୪-୦ ଗୋଲରେ ନ୍ୟୁଜିଲାଣ୍ଡ ଡେଭଲପମେଣ୍ଟ ଦଳକୁ ହରାଇ ଅଭିଯାନ ଆରମ୍ଭ କରିଥିଲା।
ମ୍ୟାଚ୍‌ ଆରମ୍ଭରୁ ଘରୋଇ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଫଳରେ ପ୍ରଥମ କ୍ୱାର୍ଟରର ୩ୟ ମିନିଟରେ ଦଳକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ନର (ପିସି)। ଏହାକୁ ମେଗାନ ହଲ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧର ଅନ୍ତିମ ମିନିଟ୍‌ରେ ଭାରତକୁ ମିଳିଥିବା ପିସିକୁ ଓଡ଼ିଆ ଖେଳାଳି ସାଲିମା ଗୋଲରେ ପରିଣତ କରି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ପରବର୍ତ୍ତୀ ଦୁଇ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ଖେଳାଳି ଭାରତୀୟ ଡିଫେନ୍ସ ଭାଗରେ ପ୍ରବେଶ କରିପାରି ନ ଥିଲେ। କିନ୍ତୁ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଡିଫେନ୍ସ ଭାଗର ଖେଳାଳିଙ୍କ ତ୍ରୁଟି ଯୋଗୁ ଘରୋଇ ଦଳକୁ ମିଳିଥିଲା ପେନାଲ୍ଟି ଷ୍ଟ୍ରୋକ। ବିନା କୌଣସି ତ୍ରୁଟି ନ କରି ମେଗାନ ଗୋଲ ଦେଇଥିଲେ। ଏହି ଗୋଲକୁ ଭାରତ ପରିଶୋଧ କରିପାରି ନ ଥିଲା। ପରାଜୟରେ ଭାରତୀୟ କୋଚ୍‌ ଜୋର୍ଡ ମାରିଜନେ ନିରାଶା ଜାହିର କରିଛନ୍ତି। ଆମେ ବହୁ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲୁ। ମାତ୍ର ସ୍କୋର କରିବାରେ ବିଫଳ ହେଲୁ। ଆମ ଅପେକ୍ଷା ନ୍ୟୁଜିଲାଣ୍ଡ ଖେଳାଳି ନିଜ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହୋଇଥିଲେ। ଆରମ୍ଭରୁ ଆମେ ସଂଘର୍ଷ କରୁଥିଲୁ। ପ୍ରଥମ କ୍ୱାର୍ଟର ପରେ ମ୍ୟାଚ୍‌କୁ ଫେରି ପ୍ରତିପକ୍ଷ ଗୋଲପୋଷ୍ଟ ଉପରେ ୮ ଶଟ ମାରିଥିଲୁ ଓ ୪ ପିସି ମଧ୍ୟ ହାସଲ କରିଥିଲୁ। କେବଳ ସୁଯୋଗ ସୃଷ୍ଟି କଲେ ହେବ ନାହିଁ। ଆମକୁ ଆହୁରି କାର୍ଯ୍ୟ କରିବାକୁ ପଡ଼ିବ। ସିରିଜ୍‌ର ତୃତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri