Categories: ବାଣିଜ୍ୟ

ମହିଳା ସଶକ୍ତିକରଣ ନିମନ୍ତେ ଜେଏସ୍‌ପିଏଲ୍‌ ପୁରସ୍କୃତ

ଭୁବନେଶ୍ୱର,୧୪-୧୧: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ(ଜେଏସ୍‌ପିଏଲ୍‌) ମହିଳା ସଶକ୍ତିକରଣ ଦିଗରେ ବିଭିନ୍ନ ଉଲ୍ଲେଖନୀୟ ଯୋଗଦାନ ଲାଗି ପୁରସ୍କୃତ ହୋଇଛି। କମ୍ପାନୀକୁ ଓମେନ୍‌ ଆଚିଭର୍ସ ପୁରସ୍କାରରେ ସମ୍ମାନୀତ କରାଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଓମେନ୍‌ ଲିଡରଶିପ୍‌ ଏବଂ ଏମ୍ପାଓ୍ବାରମେଣ୍ଟ ସମିଟ୍‌ରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭି.ଆର୍‌ ଶର୍ମା କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ,ଜୀବିକା, ଶିକ୍ଷା ଏବଂ କ୍ରୀଡା ଭଳି ଅନ୍ୟାନ୍ୟ କ୍ଷେତ୍ରରେ କମ୍ପାନୀ ଏହାର ସିଏସ୍‌ଆର୍‌ ସଂସ୍ଥା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଦ୍ୱାରା କାର୍ଯ୍ୟକ୍ରମ ଜାରି ରଖିଛି। ଓଡ଼ିଶା, ଛତିଶଗଡ, ଝାଡଖଣ୍ଡ ଏବଂ ହରିୟାଣା ଭଳି ରାଜ୍ୟଗୁଡିକରେ ୯ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ଶସକ୍ତିକରଣ ଦିଗରେ କମ୍ପାନୀ ଏହାର ଯୋଗଦାନ ରଖିଥିବା କହିଛି। ଜେଏସ୍‌ପିଏଲ୍‌କୁ ଅଭିନନ୍ଦନ ଜଣାଇ ଫାଉଣ୍ଡେଶନର ଅଧ୍ୟକ୍ଷା ସାଲୁ ଜିନ୍ଦଲ କହିଛନ୍ତି ଯେ, ବହୁମୁଖୀ କାର୍ଯ୍ୟକ୍ରମ ଦ୍ୱାରା ମହିଳାଙ୍କ ବିକାଶ ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି।

Share