ମହିଳା ସଂଘ ପକ୍ଷରୁ ସରପଞ୍ଚଙ୍କୁ ‘ସଂଗ୍ରାମୀ ସମ୍ମାନ’

ଖଇରା, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ପଞ୍ଚାୟତର ସରପଞ୍ଚଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଖଇରା ପଞ୍ଚାୟତସ୍ତରୀୟ ମହାସଂଘ ସଞ୍ଚୟିକା ତରଫରୁ ସୋମବାର ଅପରାହ୍ନରେ ଖଇରା ପଞ୍ଚାୟତ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସଂଘର ଏମ୍‌ବିକେ (ମାଷ୍ଟର ବୁକ୍‌ କିପର) ନିରୂପମା ନାୟକ ତାଙ୍କ ବକ୍ତବ୍ୟରେ ୩ମାସ ଧରି ସରପଞ୍ଚ ଯେଉଁଭଳି ଭାବେ ପ୍ରବାସୀମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖି ସେବା ପ୍ରଦାନ କଲେ ଓ ନିଜ ପରିବାର ଲୋକଙ୍କ ଭଳି ଯନତ୍ ନେଲେ ତାହା ନିଶ୍ଚୟ ସ୍ବାଗତଯୋଗ୍ୟ ପଦକ୍ଷେପ। ଏଥିପାଇଁ ତାଙ୍କୁ ସଂଘ ସଂଗ୍ରାମୀ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲା ବୋଲି କହିଥିଲେ। ସଂଘ ସଭାପତି ରଶ୍ମିତା ମହାପାତ୍ର, ସମ୍ପାଦିକା ଅନୁସୂୟା ପଲେଇ ସରପଞ୍ଚ ସେଠୀଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ। ସେହିଭଳି ରୋଷେଇ କର୍ମଚାରୀ ଅକ୍ଷୟ ମହାରଥା ଓ ସହଯୋଗୀ ଆନନ୍ଦ କୁମାର କେଶୀଙ୍କୁ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯାମୀ ପାତ୍ର ସମ୍ମାନିତ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।