ମହିଳା ଛିଙ୍କି ଦେବାରୁ ଦୋକାନୀ ଫିଙ୍ଗିଦେଲେ ୨୬ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ

ଓ୍ବାଶିଂଟନ୍‌: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏନେଇ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକେ ଘରେ ରହୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପଡ଼ିଲେ ଘରୁ ବାହାରକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। କରୋନାକୁ ନେଇ ଲୋକେ ଏତେମାତ୍ରାରେ ଭୟଭୀତ ହୋଇଯାଇଛନ୍ତି କି କେହି ଛିଙ୍କିଲେ କିମ୍ବା କାଶିଲେ ମନରେ ଭୟ ସୃଷ୍ଟି ହେଉଛି।
ଆମେରିକାର ପେନ୍‌ସିଲ୍‌ଭାନିଆରେ ଏଭଳି ଏକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ଦୋକାନ ଭିତରେ ଛିଙ୍କି ଦେବାରୁ ଦୋକାନୀ ସମସ୍ତ ସାମଗ୍ରୀ ବାହାରକୁ ଫିଙ୍ଗି ଦେଇଥିଲେ। ଏହି ସାମଗ୍ରୀର ମୂଲ୍ୟ ୩୫ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୨୬ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ କହିଛନ୍ତି, ମହିଳା ଦୋକାନରେ ପ୍ରବେଶ କରିବା ପରେ ବେକେରୀ ଦ୍ରବ୍ୟ ନିକଟକୁ ଆସିବା ମାତ୍ରେ ଛିଙ୍କିଥିଲେ। ସେଠାରେ ମାଂସ ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ରଖାଯାଇଥିଲା। ଫଳରେ କରୋନା ଭୂତାଣୁର ଆଶଙ୍କା କରି ସଙ୍ଗେ ସଙ୍ଗେ ସମସ୍ତ ଜିନିଷକୁ ଦୋକାନରୁ ବାହାରକୁ ଫିଙ୍ଗି ଦିଆଯାଇଥିଲା। ଏଥି ସହିତ ଦୋକାନକୁ ଭଲ ଭାବରେ ସଫା କରାଯାଇଥିଲା। ମହିଳା ଛିଙ୍କିବା ପରେ ଦୋକାନ ମାଲିକ ତୁରନ୍ତ ପୋଲିସକୁ ଡାକିଥିଲେ। ପୋଲିସ ପହଞ୍ଚି ସଂପୃକ୍ତା ମହିଳାଙ୍କୁ ଗିରଫ କରିଛି।
ଏକ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଉଦ୍ଦେଶ୍ୟମୂଳକ ଭାବେ କୁଆଡ଼େ ଏପରି କରିଥିଲେ। ମହିଳାଙ୍କ ନାମରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି। କୁହାଯାଉଛି, ସେ କରୋନା ପଜିଟିଭ୍‌ ନୁହନ୍ତି। ତଥାପି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ଅଘଟଣରେ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri