Posted inଖେଳ

ମହିଳା କ୍ରିକେଟ ବିଶ୍ୱକପ: କୌଣସି ଦଳ ଫେଭରାଇଟ୍‌ ନୁହଁନ୍ତି: ମିଥାଲି

ନୂଆଦିଲ୍ଲୀ, ୫।୫-
ଆସନ୍ତା ବର୍ଷ ପ୍ରାରମ୍ଭରେ ମହିଳା କ୍ରିକେଟ ବିଶ୍ୱକପ ଅନୁଷ୍ଠିତ ହେବ । ମାତ୍ର କୋଭିଡ୍‌-୧୯ ଯୋଗୁ ଏହି ମେଗା ଇଭେଣ୍ଟ ପାଇଁ କୌଣସି ଦଳ ପ୍ରସ୍ତୁତି ଆରମ୍ଭ କରିପାରି ନାହାନ୍ତି। ତେଣୁ ଆଗାମୀ ଟୁର୍ନାମେଣ୍ଟ ପାଇଁ କୌଣସି ଦଳ ଫେଭରାଇଟ ନୁହନ୍ତି, ପ୍ରତିଯୋଗିତା ସମସ୍ତଙ୍କ ପାଇଁ ଓପନ ରହିବ ବୋଲି ଅନୁଭବ କରୁଛନ୍ତି ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ। ”ଏବେ ଟ୍ରେନିଂ ବନ୍ଦ, ଜିମ୍‌କୁ ଯିବା ମଧ୍ୟ ମନା। ତେଣୁ ୨୦୨୧ ଆଇସିସି ମହିଳା ବିଶ୍ୱକପ ପାଇଁ କେହି ଫେଭରାଇଟ ବିବେଚିତ ହେବେନାହିଁ। ତେଣୁ ଭାରତ ପାଇଁ ମଧ୍ୟ ସୁଯୋଗ ରହିବ“ ବୋଲି ମିଥାଲି କହିଛନ୍ତି। ୨୦୧୭ ବିଶ୍ୱକପର ଫାଇନାଲରେ ଭାରତ ଦୁର୍ଭାଗ୍ୟଜନକଭାବେ ଇଂଲଣ୍ଡଠାରୁ ହାରିଯାଇଥିଲା। ଏଥର କିନ୍ତୁ ଦଳ ପୂର୍ବାପେକ୍ଷା ଶକ୍ତିଶାଳୀ। ”ଆମକୁ ଏବେ କୌଣସି ଦଳ ହାଲ୍‌କାଭାବେ ନେଇ ପାରିବେ ନାହିଁ। କ୍ରମାଗତଭାବେ ଆମେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକୁ ହରାଇ ଆସୁଥିବାରୁ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଆମେ ମଧ୍ୟ ଯେ କୌଣସି ଦଳକୁ ହରାଇ ପାରିବା ହୃଦ୍‌ବୋଧ ହୋଇଛି“ ବୋଲି ମିଥାଲି ପ୍ରକାଶ କରିଛନ୍ତି।
ଆୟୋଜକ ନ୍ୟୁଜିଲାଣ୍ଡ ସମେତ ଆଇସିସି ମହିଳା ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ୪ ଦଳଭାବେ ଭାରତ ସ୍ବାଭାବିକଭାବେ ବିଶ୍ୱକପ ଯୋଗ୍ୟତା ହାସଲ କରିଛି। ଭାରତ ୨୦୦୫ ଓ ୨୦୧୭ରେ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଟାଇଟଲ ହାସଲରୁ ବଞ୍ଚତ୍ତ ହୋଇଥିଲା। ନିଜ ନେତୃତ୍ୱରେ ଭାରତକୁ ବିଶ୍ୱକପ ଜିତାଇବାକୁ ଚାହାନ୍ତି ମିଥାଲି। ଟି୨୦ କ୍ରିକେଟରୁ ଅବସର ନେଇ ସେ କେବଳ ଏକଦିବସୀୟ କ୍ରିକେଟ ଉପରେ ଫୋକସ କରୁଛନ୍ତି। ଗୋଟିଏ ଫର୍ମାଟରେ ଖେଳୁଥିବାରୁ ଟୁର୍ନାମେଣ୍ଟ ପାଇଁ ଫିଟ୍‌ନେସ ବଜାୟ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେ ଭଲଭାବେ ଜାଣନ୍ତି। ” ମୋ ବୟସରେ ଫିଟ୍‌ନେସ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ନିଜ ଉପରେ ମୋ ଭରସା ରହିଛି । ଏବେ ମଧ୍ୟ ଅନେକ କିଛି କରିବାର ମନୋବଳ ମୋ ନିକଟରେ ଅଛି। ରିଦିମ ପାଇଁ ମୁଁ କିଛି ସେସନ ଅଭ୍ୟାସ ଆବଶ୍ୟକ କରୁଛି“ ବୋଲି ମିଥାଲି ପ୍ରକାଶ କରିଛନ୍ତି। ୨୦୧୭ ବିଶ୍ୱକପର ଫାଇନାଲରେ ଇଂଲଣ୍ଡ ୭ ଉଇକେଟ ହରାଇ ୨୨୮ରନ କରିଥିବାବେଳେ ଭାରତ ୪୮.୪ ଓଭରରେ ୨୧୯ ରନରେ ଅଲଆଉଟ ହୋଇ ମାତ୍ର ୯ ରନରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri