ମହିଳା ଅଧିକାର ସାମ୍ମୁଖ୍ୟର ପଞ୍ଚାୟତସ୍ତରୀୟ ବୈଠକ

କର୍ଲାମୁଣ୍ଡା,୧୦।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଦାପ୍ତା ସଂସ୍ଥା ପକ୍ଷରୁ ଦ ହଙ୍ଗର ପ୍ରୋଜେକ୍ଟ ନୂଆଦିଲ୍ଲୀ ସହାୟତାରେ ତଥା ଫାର ସଂସ୍ଥା ସହାୟତାରେ ମହିଳା ଅଧିକାର ସାମ୍ମୁଖ୍ୟର ଗ୍ରାମପଞ୍ଚାୟତସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ସରପଞ୍ଚ କେତକୀ ରଣାଙ୍କ ସମେତ ୬ ଜଣ ମହିଳା ପଞ୍ଚାୟତ ପ୍ରତିନିଧି ଓ ୨୮ ଜଣ ଏସଏଚଜି କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ଦାପ୍ତା ସଂସ୍ଥା କର୍ଲାମୁଣ୍ଡା ବ୍ଲକ ସଂଯୋଜକ ସୁବାସ ପଧାନ ଯୋଗଦେଇ ମହିଳା ସାମ୍ମୁଖ୍ୟର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ । ଏଥିସହିତ ପଞ୍ଚାୟତସ୍ତରରେ ମହିଳାମାନଙ୍କ କ୍ଷେତ୍ରେ ଘଟୁଥିବା ହିଂସାଙ୍କୁ କମାଇବା ସହିତ ସ୍ଥାନୀୟ ସମସ୍ୟା ଚିହ୍ନଟ ଓ ପଞ୍ଚାୟତ ବ୍ୟବସ୍ଥା ଜରିଆରେ ସମାଧାନର ପନ୍ଥା ବାହାର କରିବା ଉପରେ ଆଲୋଚନା କରିଥିଲେ।