Categories: ମେଟ୍ରୋ

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଖୋର୍ଦ୍ଧା ଅଫିସ/ବାଲୁଗାଁ, ୧୫ା୬(ଡି.ଏନ୍‌.ଏ.): ବାଲୁଗାଁ ଥାନା ନାଭାଲ ଫାଣ୍ଡିର କୋଲକତା-ମାଡ୍ରାସ୍‌ ୧୬ ନଂ. ଜାତୀୟ ରାଜପଥର ସରନଈ ଓଭର ବ୍ରିଜ ତଳେ ଥିବା ଏକ ବଗିଚାରେ ଜଣେ ମହିଳାଙ୍କ ହାତଗୋଡ଼ା ବନ୍ଧା ଅର୍ଦ୍ଧଦଗ୍ଧ ମୃତଦେହ ଶନିବାର ପୂର୍ବାହ୍ନରେ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ଶୁକ୍ରବାର ରାତିରେ କେହି ମହିଳାଙ୍କୁ ହତ୍ୟା କରି ଟାୟାର ଜାଳି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାଲୁଗାଁ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତଦନ୍ତକୁ ତ୍ୱରାନ୍ବିତ ପାଇଁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ୍‌ ପହଞ୍ଚିଛି ।