ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ନିଷିଦ୍ଧ ଓ ପ୍ରତିକାର ଆଇନ-୨୦୧୩ ସମ୍ପର୍କରେ ଆୟୋଜିତ ସଚେତନତା ସଭାରେ ଦିଗପହଣ୍ଡିସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ, ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ, ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ, ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ଆଇନ ସମ୍ପର୍କରେ ସଚେତନ କରାଇଥିଲେ।
ପ୍ରତି ଅନୁଷ୍ଠାନ ଗୁଡିକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବା ସହ ମହିଳା କର୍ମଚାରୀଙ୍କ ପ୍ରତି ଉତ୍ପୀଡନ ମୁକ୍ତ ପରିବେଶ ସୃଷ୍ଟି କରାଯିବା ଉପରେ ଅତିଥି ବୃନ୍ଦ ଗୁରୁତ୍ୱାରୋପ କରିଥିଲେ। ବିଚାର ବିଭାଗୀୟ ବରିଷ୍ଠ କର୍ମଚାରୀ ଶିବରାମ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ କୋର୍ଟ ଏସ.ଆଇ ସୁବଳ କଅଁର, କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତ,ଅଞ୍ଜଳି ମହାରଣା, ସସ୍ମିତା ମହାରଣା, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, ରୁଦ୍ର ପ୍ରସାଦ ତାଣ୍ଡିଆ, ପିଲଚୁ ହେମ୍ବ୍ରମ, ପପୁନ ମହାରଣା, ନିରଞ୍ଜନ ଶବର ପ୍ରମୁଖ ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily


