ବିଞ୍ଝାରପୁର,୭|୯(ଡି.ଏନ.ଏ)- ଜଣେ ମହିଳାଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ନିସ୍ତୁକ ମାଡ ମାରି ଘରୁ ବାହାର କରିଦେବା ସହିତ ତାଙ୍କଠାରୁ ବର୍ଷକର ଶିଶୁକୁ ଛଡ଼ାଇ ରଖିବା ଭଳି ଘଟଣା ବିଞ୍ଝାରପୁର ବ୍ଲକରେ ଦେଖିବାକୁ ମିଳିଛି। ଏ ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ହେବା ପରେ ବି ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣାପଡ଼ିଛି।
ମଙ୍ଗଳପୁର ଥାନା ଷାଠିବାଟି ଅଞ୍ଚଳର ଅଲେଖ ମଲ୍ଲିକଙ୍କ ଝିଅ କାଜଲ(୨୧) ଦୁଇ ବର୍ଷ ପୂର୍ବରୁ ବିଞ୍ଝାରପୁର ଥାନା ପ୍ରୀତିପୁର ପଞ୍ଚାୟତର ଭାଗବତ ମଲ୍ଲିକଙ୍କ ପୁଅ ସୁରେନ୍ଦ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିବାବେଳେ ବିବାହ ପରେ ଅଧିକ ୧୦ହଜାର ଟଙ୍କା ଦାବି କରି ଶାଶୁଘର ଲୋକେ କାଜଲଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଗୁରୁବାର ଏହି ଘଟଣାକୁ କେନ୍ଦ୍ରକରି କାଜଲଙ୍କ ସ୍ବାମୀ, ଶାଶୁ ଓ ନଣନ୍ଦ କାଜଲଙ୍କ ବର୍ଷକର ଶିଶୁପୁତ୍ରକୁ ରଖି କାଜଲଙ୍କୁ ପିଟି ପିଟି ତଡି ଦେଇଥିଲେ। ଏହାପରେ କାଜଲ ଭୟଭୀତ ହୋଇ ଅଳକୁଣ୍ଡ ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ପକ୍ଷରୁ କାଜଲଙ୍କ ଶାଶୁ ଘର ଲୋକଙ୍କୁ ଡକାଯାଇଥିଲେ ମଧ୍ୟ ସେମାନେ ପୋଲିସ କଥା ଶୁଣି ନ ଥିଲେ କିମ୍ବା କାଜଲଙ୍କୁ ଶିଶୁପୁତ୍ରକୁ ଦେଇ ନ ଥିଲେ। ଗୁରୁବାର ସନ୍ଧ୍ୟାରେ କାଜଲ ବିଞ୍ଝାରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ କାଜଲଙ୍କ ଶାଶୁଘରୁ ତାଙ୍କ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ କାଜଲଙ୍କୁ ଦିଆଯାଇଥିଲା। ମାତ୍ର ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରିବର୍ତ୍ତେ କାଜଲଙ୍କ ଶାଶୁଘର ଲୋକଙ୍କୁ ସୁରକ୍ଷା ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଶୁକ୍ରବାର କାଜୋଲଙ୍କ ଶାଶୁଘରକୁ ଯାଇ ସେ ବିବାହ ସମୟରେ ଆଣିଥିବା ଯୌତୁକକୁ ତାଙ୍କ ବାପଘରକୁ ପଠାଇ ଦେଇଛି। ଅଭିଯୁକ୍ତଙ୍କ ବିରୋଧରେ ବିଞ୍ଝାରପୁର ଥାନାରେ ଏକ ମାମଲା (ନଂ. ୨୧୯/୧୯ ) ରୁଜୁ ହୋଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ। ଫଳରେ ପୋଲିସ ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଘଟଣା ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଏଏସଆଇ ଅଶୋକ କୁମାର ସ୍ବାଇଁଙ୍କୁ ପଚାରିବାରୁ, ଏହି ଘଟଣାରେ ମାମଲା ରୁଜୁ ହୋଇଛି। ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଯାଜପୁର ଏମ୍ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…
ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...
ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…
ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...
ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ
ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...
ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ
ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...
ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ
ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...
ସର୍ଭିସ ରୋଡ୍ ଜାମ୍, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର
ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍ଟି ବାରମ୍ବାର ଜାମ୍ ରହୁଥିବା ଦେଖିବାକୁ...
ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍ରେ ଛିଡ଼ା ହୋଇଛନ୍ତି ରୋଗୀ
ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...
ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ
ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...
Archives


