ମହିଳାଙ୍କୁ ତିନି ତଲାକ୍‌ : ୪ ମାସର ଶିଶୁକନ୍ୟାଙ୍କୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଭୋଗରାଇ,୧୨ା୮(ଡି.ଏନ୍‌.ଏ.): ମୁସଲିମ୍‌ ଆଇନରେ ତିନି ଥର ତଲାକ୍‌ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ନିକଟରେ ଆଇନରେ ପରିଣତ ହୋଇଛି। ଏଥିରେ ତିନିତଲାକ କହୁଥିବା ବ୍ୟକ୍ତିଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ମଧ୍ୟ କେତେକ ଲୋକ ଏବେ ବି ପୂର୍ବଭଳି ସ୍ତ୍ରୀଙ୍କୁ ନିର୍ଯାତନା ଦେଇଆସୁଛନ୍ତି। ଏଭଳି ଏକ ଘଟଣା ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ରବିବାର ଦେଖିବାକୁ ମିଳିଛି। ଜଣେ ମୁସଲିମ୍‌ ମହିଳାଙ୍କୁ ତାଙ୍କ ସ୍ବାମୀ ୩ ଥର ଉଚ୍ଚାରଣ କରି ରବିବାର ତଲାକ୍‌ ଦେଇଛନ୍ତି। ଏନେଇ ମହିଳାଜଣକ ୪ ମାସର ଶିଶୁକନ୍ୟାକୁ ଧରି ନ୍ୟାୟ ପାଇଁ ଭୋଗରାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୁନାଧରବସାଣ ଗ୍ରାମର ଏହି ମହିଳା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବାପଘରୁ ୫୦ହଜାର ଟଙ୍କା ଆଣିବା ସକାଶେ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ବହୁଦିନରୁ ଦାବି କରି ଆସୁଥିଲେ। ତାଙ୍କ ବାପା ଗରିବ ହୋଇଥିବାରୁ ଦାବି ମୁତାବକ ଟଙ୍କା ଦେଇ ପାରି ନ ଥିଲେ। ଏଥିଲାଗି ସ୍ବାମୀ ଓ ଶାଶୁ ଘର ଲୋକେ ତାଙ୍କୁ ବିଭିନ୍ନ ସମୟରେ ମାରଧର କରି ନିର୍ଯାତନା ଦେଉଥିଲେ। ବାପଘରୁ ଟଙ୍କା ନ ଆଣିଲେ ତାଙ୍କୁ ତଲାକ୍‌ ଦେବେ ବୋଲି ତାଙ୍କ ସ୍ବାମୀ ମଧ୍ୟ ଧମକ ଦେଇଥିଲେ। ରବିବାର ପୂର୍ବାହ୍ନରେ ତାଙ୍କ ସ୍ବାମୀ ଗଁାରେ ଥିବା ମସ୍‌ଜିଦ୍‌ ନିକଟକୁ ଡାକି ନେଇ ତିନି ଥର ତଲାକ ଉଚ୍ଚାରଣ କରିଥିଲେ। ସେ ନେହୁରା ହୋଇଥିଲେ ମଧ୍ୟ ତାଙ୍କ କଥା ଶୁଣି ନ ଥିଲେ। ପରେ ଘରୁ ତଡି ଦେବାରୁ ସେ ନିରୁପାୟ ହୋଇ ୪ ମାସର ଶିଶୁକନ୍ୟାକୁ ଧରି ଘରୁ ଚାଲିଆସିଛନ୍ତି। ଏ ସମ୍ପର୍କରେ ଥାନା ଆଇଆଇସି ନରେନ୍ଦ୍ର କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳାଙ୍କଠାରୁ ଲିଖିତ ଅଭିଯୋଗ ରଖାଯାଇଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାସ କହିଛନ୍ତି। ଶନିବାର ଅନ୍ୟ ଏକ ଘଟଣାକ୍ରମରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମୁସଲିମ ବସ୍ତିର ଜଣେ ମହିଳାଙ୍କୁ ଯୌତୁକ ଦାବିରେ ତାଙ୍କ ସ୍ବାମୀ ଫୋନ୍‌ରେ ତିନି ତଲାକ ଦେବାକୁ ଧମକ ଦେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୨୬୧/୨୦୧୯) ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri