ମହିନ୍ଦ୍ରାକୁ ସମ୍ପତ୍ତି ବିକି ଦେଶ ଛାଡ଼ିବ ଫୋର୍ଡ

ନୂଆଦିଲ୍ଲୀ,୨୬ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ତଥା ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନ ପାରିବା କାରଣରୁ ଫୋର୍ଡ ମୋଟର କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏହା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସହ ଆରମ୍ଭ ହେବାକୁ ଥିବା ଯୁଗ୍ମ କମ୍ପାନୀକୁ ନିଜର ସମସ୍ତ ସମ୍ପତ୍ତି ବିକ୍ରି କରିଦେବ। ଭାରତରେ ଏହା ଦୁଇ ଦଶନ୍ଧି ଧରି କାରବାର କରୁଥିଲେ ସୁଦ୍ଧା ଅଦ୍ୟାବଧି ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ସଂଘର୍ଷ କରି ଆସୁଥିବାରୁ କମ୍ପାନୀ ଭାରତ ଛାଡ଼ିବାକୁ ଯାଉଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ନୂଆକରି ଗଠନ ହେବାକୁ ଥିବା କମ୍ପାନୀରେ ମହିନ୍ଦ୍ରାର ୫୧% ଅଂଶଧନ ରହିବ। ତେବେ ନୂଆ କମ୍ପାନୀ ବୋର୍ଡରେ ଫୋର୍ଡର ଭୋଟ୍‌ ଦେବାର ଅଧିକାର ରହିବ ଏବଂ ବୋର୍ଡରେ ଏହାର ପ୍ରତିନିଧି ରହିବେ ବୋଲି ଜଣାପଡିଛି। ଆସନ୍ତା ସପ୍ତାହରେ ନୂଆ କମ୍ପାନୀ ଘୋଷଣା କରାଯିବ। ଫୋର୍ଡ ଗ୍ଲୋବାଲ ଭାରତରେ ଅଦ୍ୟାବଧି ୨ ବିଲିୟନ ଡଲାର ନିବେଶ କରି ବଜାର ଅଂଶର ପ୍ରାୟ ୩% ପର୍ଯ୍ୟନ୍ତ ହାସଲ କରିପାରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନାଥାଉ କି, ଫୋର୍ଡର ସିଇଓ ଜିମ୍‌ ହ୍ୟାକେଟ୍‌ ସାରା ବିଶ୍ୱରେ ଥିବା କମ୍ପାନୀର ୧୧ ବିଲିୟନ ଡଲାର ସମ୍ପତ୍ତି ପୁନର୍ଗଠନ କରୁଛନ୍ତି। ସୂଚନାଥାଉ କି, ଦୀର୍ଘଦିନ ହେବ ଭାରତର ଅଟୋ ବଜାରରେ ସୁଜୁକି ମୋଟର କର୍ପ ସହ ଫୋର୍ଡ ମୋଟର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରୁନାହିଁ। ଭାରତୀୟ ବଜାରରେ ଲୋକଙ୍କ ଚାହିଦା ସହ ତାଳ ଦେଇ ଚାଲି ନ ପାରିବା କାରଣରୁ ଜେନେରାଲ ମୋଟର୍ସ କମ୍ପାନୀ ଦୁଇବର୍ଷ ପୂର୍ବେ ଭାରତ ଛାଡ଼ି ଚାଲିଯାଇଛି। ଏହା ପୂର୍ବରୁ ସେଭ୍ରୋଲେ ମଡେଲ ବିକ୍ରି ବନ୍ଦ କରିଦେଇଥିଲା। ଅଟୋ ସେକ୍ଟରରେ ଗତ ୧୦ ମାସ ହେବ ମାନ୍ଦାବସ୍ଥାର ପ୍ରଭାବ ଅନୁଭବ ହେଉଥିବାରୁ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଭାରତରେ ଫୋର୍ଡର ଅଧିକାଂଶ ସମ୍ପତ୍ତି ନୂଆ କମ୍ପାନୀ ହାତରେ ରହିବ। ତନ୍ମଧ୍ୟରେ ଏହାର ଦୁଇଟି କାର୍‌ କାରଖାନା ରହିଛି। ୧୯୯୦ରେ ଅର୍ଥନୀତିର ଉଦାରୀକରଣ ଆରମ୍ଭ ହେବା ପରେ ଫୋର୍ଡ ପ୍ରଥମ ବିଦେଶୀ କାର୍‌ କମ୍ପାନୀ ଭାବେ ଭାରତରେ ପ୍ରବେଶ କରିଥିଲା। ପୂର୍ବରୁ ଏହା ଭାରତରେ ୧୯୨୬ରେ ପ୍ରବେଶ କରି ୧୯୫୦ରେ ଫେରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri