ମହାଶ୍ୱେତା, ଶ୍ରୀତମଙ୍କ ରୋଡ୍‌ ଶୋ

ପାଲଲହଡ଼ା, ୨୦ା୪(ଡି.ଏନ.ଏ.)- ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କ ପାଇଁ ଶୁକ୍ରବାର ରୋଡ୍‌ ଶୋ କରିଛନ୍ତି ଓଲିଉଡ କଳାକାର ମହାଶ୍ୱେତା ରାୟ ଓ ଶ୍ରୀତମ ଦାସ। ମଧ୍ୟାହ୍ନ ୧୨ଟାରେ ଦୁଇ କଳାକାର ହେଲିକପ୍ଟର ଯୋଗେ ପାଲଲହଡ଼ା ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରୁ ସ୍ବତନ୍ତ୍ର ଗାଡ଼ି ଯୋଗେ ରୋଡ୍‌ ଶୋରେ ବାହାରିଥିଲେ। ଉଭୟେ ବିଭିନ୍ନ ଓ୍ବାର୍ଡ, ମୁଖ୍ୟ ବଜାର, ବସ୍‌ଷ୍ଟାଣ୍ଡ ବୁଲି ଶିଗଡ ପଞ୍ଚାୟତକୁ ଯାଇଥିଲେ। ପରେ ବାଲିପଶି ପଞ୍ଚାୟତ, ଫପଣ୍ଡ ଗ୍ରାମକୁ ଯାଇ ଅଶୋକଙ୍କ ପାଇଁ ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ମାଗିଥିଲେ। ଏହି ରୋଡ଼ ଶୋରେ ଭାଜପା ବରିଷ୍ଠ ନେତା ଲିଙ୍ଗରାଜ ଦାସ, ତନ୍ମୟ କୁମାର ସାହୁ, ଧର୍ମେନ୍ଦ୍ର ସାହୁ, ଦିଲେଶ୍ୱର ସାମଲ, ଶଶିଭୂଷଣ ଆଚାର୍ଯ୍ୟ, ଶୋଭାଙ୍ଗିନୀ ପ୍ରଧାନ, ରଞ୍ଜିତା ନାଥଙ୍କ ସହ ବହୁ ନେତା ଏବଂ କର୍ମୀ ସାମିଲ ହୋଇଥିଲେ। ଅପରପକ୍ଷେ ଦୁଇ କଳାକାର ହେଲିକପ୍ଟର ଯୋଗେ ପାଲଲହଡ଼ାରେ ପହଞ୍ଚିବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ହେଲିକପ୍ଟର ନିକଟରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଖବରପାଇ ପୋଲିସ ପ୍ରାୟ ୨୦ ମିନିଟ୍‌ ପରେ ସେଠାରେ ପହଞ୍ଚି ଭିଡ଼ ନିୟନ୍ତ୍ରିତ କରିଥିଲା। ଏ ସମ୍ପର୍କରେ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ ଏବଂ ପାଲଲହଡା ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲଙ୍କୁ ପଚାରିବାରେ କହିଛନ୍ତି, ଏପରି କାର୍ଯ୍ୟକ୍ରମ ହେବ ବୋଲି ପୂର୍ବରୁ ପୋଲିସକୁ ଜଣାଯାଇ ନ ଥିଲା କି ଭାଜପା ପକ୍ଷରୁ ସୂଚନା ଦିଆଯାଇ ନ ଥିଲା। କିନ୍ତୁ ଖବର ମିଳିବା ମାତ୍ରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri