ମୁମ୍ବାଇ,୨୫-୧୦(ଆଇଏଏନ୍ଏସ୍):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନାକୁ ବହୁମତ ମିଳିଥିଲେ ହେଁ ଉଭୟ ଦଳର ୮ ମନ୍ତ୍ରୀ ଓ ବହୁ ତୁଙ୍ଗ ନେତା ପରାଜିତ ହୋଇଛନ୍ତି। ଫଳାଫଳ ଅନୁଯାୟୀ ଭାଜପାର ୫ ଓ ଶିବସେନାର ୩ ମନ୍ତ୍ରୀ ହାରିଯାଇଛନ୍ତି। ବିଦ୍ ଜିଲାର ପାର୍ଲି ଆସନରୁ ମନ୍ତ୍ରୀ ପଙ୍କଜା ମୁଣ୍ଡେ ହାରିଛନ୍ତି। ସେହିପରି ଭାଜପା ମନ୍ତ୍ରୀ ଅନିଲ ବୋଣ୍ଡେ, ରାମ ସିନ୍ଦେ, ସଞ୍ଜୟ ବାଲା ଭେଗଡେ ଏବଂ ପରିଣୟ ଫୁକେଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଛି। ଶିବସେନାର ପରାଜିତ ମନ୍ତ୍ରୀ ହେଲେ ବିଜୟବାପୁ ଶିବତାରେ, ଅର୍ଜୁନ ଖୋଟ୍କର ଏବଂ ଜୟଦତ୍ତ କ୍ଷୀରସାଗର। ସେମାନେ ଯଥାକ୍ରମେ ପୁଣେର ପୁରନ୍ଦର, ଜଲ୍ନା ଏବଂ ବିଦ୍ ଆସନରୁ ହାରିଯାଇଛନ୍ତି।


