Categories: ଜାତୀୟ

ମହାରାଷ୍ଟ୍ର ସଙ୍କଟ: ବିଧାୟକଙ୍କୁ ନେଇ ଭୟରେ ବଡ଼ ବଡ଼ ଦଳ

ମୁମ୍ବାଇ,୯।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା କଳହ ମଧ୍ୟରେ ଏବେ ଭୟରେ ଅଛି କଂଗ୍ରେସ, ଏନ୍‌ସିପି ଓ ଶିବସେନା। କାରଣ ଏବେ ଏମାନଙ୍କ ବିଧାୟକମାନେ ଯଦି ଦଳ ଛାଡି ଦିଅନ୍ତି ତେବେ ରାଜନୀତି ଭିନ୍ନ ମୋଡ ନେବ ବୋଲି ଏବେଠାରୁ ଆଲୋଚନା ହେଲାଣି। ଏହାକୁ ନଜରରେ ରଖି କଂଗ୍ରେସ ତା’ର ବିଧାୟକମାନଙ୍କୁ ଜୟପୁର ପଠାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଶିବସେନା ତା’ର ୫୬ ବିଧାୟକଙ୍କୁ ବାନ୍ଦ୍ରାର ଏକ ହୋଟେଲରେ ରଖିଥିବା ସୂଚନା ମିଳିଥିଲା। ଆଉ ଏପଟେ ଏନ୍‌ସିପି ନେତା ଶରଦ ପାଓ୍ବାର ତାଙ୍କ ବିଧାୟକଙ୍କୁ ଏକାଠି କରିବାରେ ଲାଗି ପଡିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଶୁକ୍ରବାର ଭାଜପା ଉପରେ ଘୋଡା ବେପାରର ଅଭିଯୋଗ ଆଣିଥିଲେ। କଂଗ୍ରେସ କହିଥିଲା ଭାଜପା କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ମୋଟା ଅଙ୍କର ଅର୍ଥ ଦେବାକୁ କହିଛି। ଯେ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସରକାର ଗଠନ ହୋଇ ନାହିଁ ସେପର୍ଯ୍ୟନ୍ତ ରାଜନୀତି ସରଗରମ ରହିବ ବୋଲି କୁହାଯାଉଛି।

Share