Categories: ଜାତୀୟ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ କୃଷକ

ପୁଣେ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା ଏବଂ ଶିବସେନା ମଧ୍ୟରେ ଛକାପଞ୍ଝା ଲାଗିଛି। ଏସବୁ ଭିତରେ ବିଡ ଜିଲାର ଜଣେ ଚାଷୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଇଛା ପ୍ରକାଶ କରିଛନ୍ତି। ତାଙ୍କ ନାମ ଶ୍ରୀକାନ୍ତ। ଏ ନେଇ ସେ ମହାରାଷ୍ଚ୍ର ରାଜ୍ୟପାଳଙ୍କୁ ସେ ଚିଠି ଲେଖିଛନ୍ତି। ଯେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ସେପର୍ଯ୍ୟନ୍ତ ମୋତେ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଥିବାବେଳେ ସରକାର ଗଢିବା ପାଇଁ ଟଣାଓଟରା ହେବା ହାସ୍ୟାସ୍ପଦ ବୋଲି ଶ୍ରୀକାନ୍ତ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଅକ୍ଚୋବର ୨୪ରୁ ବିଧାନସଭା ନିର୍ବାଚନ ଫଳାଫଳ ବାହାରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିଷ୍ପତ୍ତି ନିଆଯାଇପାରୁନାହିଁ।

Share