Categories: ଜାତୀୟ

ମହାରାଷ୍ଟ୍ର ଭାଜପାରେ ଫାଟ ଆଶଙ୍କା: ପଙ୍କଜା ମୁଣ୍ଡେ ସୋସିଆଲ୍‌ ମିଡ଼ିଆରେ ଶକ୍ତି ପ୍ରଦର୍ଶନର ଦେଲେ ସଙ୍କେତ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶାସନ ଆରମ୍ଭ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ଭାଜପାରେ ଆଗାମୀ ଦିନରେ ଫାଟ ସୃଷ୍ଟି ହେବାର ଆଶଙ୍କା ଥିବା ଚର୍ଚ୍ଚା ହେଉଛି। ଗୋପିନାଥ ମୁଣ୍ଡେଙ୍କ ଝିଅ ଭାଜପା ସଦସ୍ୟା ପଙ୍କଜା ମୁଣ୍ଡେ ନିଜର ନିଷ୍ପତ୍ତି ସମ୍ପର୍କରେ ୮-୧୦ ଦିନ ମଧ୍ୟରେ ଜଣାଇବେ ବୋଲି ଫେସବୁକରେ ସୂଚନା ଦେଇଛନ୍ତି। ରାଜ୍ୟରେ ପରିବର୍ତ୍ତିତ ରାଜନୈତିକ ସମୀକରଣକୁ ଦୃଷ୍ଟିରେ ରଖି ସେ ପଦକ୍ଷେପ ନେବାକୁ କହିଛନ୍ତି। ଡିସେମ୍ବର ୧୨ରେ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ସେ ଯୋଗଦେବା ପାଇଁ ଦଳର କିଛି ନେତାଙ୍କୁ ଡକାଇଛନ୍ତି। ଏପରି କରି ପଙ୍କଜା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share