ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କଲା ଭାଜପା: ନିଯୁକ୍ତି, ସ୍ବାସ୍ଥ୍ୟକୁ ଗୁରୁତ୍ୱ

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସାଧାରଣ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରାୟ ସବୁ ଦଳ ପ୍ରୟାସ ଜାରି ରଖିଛନ୍ତି। ଏଠାରେ ଆସନ୍ତା ୨୧ରେ ନିର୍ବାଚନ ହେବାକୁ ଥିବା ବେଳେ ୨୪ରେ ଫଳାଫଳ ପ୍ରକାଶ ପାଇବ। ମଙ୍ଗଳବାର କେନ୍ଦ୍ର ଶାସିତ ଭାଜପା ତା’ର ଘୋଷଣା ପତ୍ର ଜାରି କରିଛି। ଏଥିରେ ଭାଜପା ଘୋଷଣା କରିଛି କି ମହାରାଷ୍ଟ୍ରକୁ ମରୁଡି ମୁକ୍ତ କରିବା ସହ ୫ ବର୍ଷ ମଧ୍ୟରେ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୨୦୨୨ ସୁଦ୍ଧା ସମସ୍ତ ଘରକୁ ସୁଦ୍ଧା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଭାଜପା ତା’ର ଘୋଷଣା ପତ୍ରରେ ଉଲ୍ଲେଖ କରିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ଭାଜପା ନେତା ଏହି ଘୋଷଣା ପତ୍ର ଜାରି କରିଛନ୍ତି।

Share