ମହାରାଷ୍ଟ୍ର ଫେରନ୍ତା ୭ପ୍ରବାସୀ ଶ୍ରମିକ କରୋନା ପଜିଟିଭ୍‌

ଲକ୍ଷ୍ନୌ,୨।୫: ଲକ୍‌ଡାଉନ ଭିତରେ ବିଭିନ୍ନ ରାଜ୍ୟରୁ ନିଜ ଭିଟାମାଟିକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ନଜର ଆସିଛି। କିଛି ଏଭଳି ଖବର ଆସିଛି ଉତ୍ତରପ୍ରଦେଶର ବସ୍ତି ଜିଲାରୁ। ବସ୍ତି ଜିଲାକୁ ମହାରାଷ୍ଟ୍ରରୁ ଫେରିଥିବା ୭ ପ୍ରବାସୀ ଶ୍ରମିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବସ୍ତି ଜିଲାପାଳ ସୂଚନା ଦେଇ କହିଛନ୍ତି, ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତେ ସରକାରୀ ବସ୍‌ରେ ଯାତ୍ରା କରି ମହାରାଷ୍ଟ୍ରରୁ ଝାନ୍ସି ଦେଇ ବସ୍ତିରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିବା ବେଳେ ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଶନିବାର ସକାଳ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୨୪ରେ ପହଞ୍ଚିଛି। ସେଥିମଧ୍ୟରୁ ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ୪୨ଜଣଙ୍କର ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

Share