ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ ସର୍ବାଧିକ ଆତ୍ମହତ୍ୟାପ୍ରବଣ: ଓଡ଼ିଶାର ହାର ଉଦ୍‌ବେଗଜନକ

କଟକ ଅଫିସ,୯ ।୬: ପୂର୍ବରୁ ଭାରତରେ ଆତ୍ମହତ୍ୟାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଉଥିଲା। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୯ ଅନୁଯାୟୀ, ଏଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ଥିଲା। ମାତ୍ର ୨୦୧୭ରେ ପ୍ରଣିତ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧିତ ଅଧିନିୟମ (ମେଣ୍ଟାଲ ହେଲ୍‌ଥ କେୟାର ଆକ୍ଟ)ରେ ଏହି ଦଣ୍ଡବିଧାନକୁ ଉଚ୍ଛେଦ କରାଯାଇଥିଲା। କାରଣ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଏହି ସମୟରେ ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଥାଏ। ମାତ୍ର ଦଣ୍ଡବିଧାନ ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଅଧିକ ମାନସିକ ଚାପ ପଡୁଥିବାରୁ ତାଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଦର୍ଶାଇ ଏହି ସଂଶୋଧନ କରାଯାଇଥିଲା। ତଥାପି ଦେଶରେ ଆତ୍ମହତ୍ୟା ଥମୁନାହିଁ। କାରଣ ଏସ୍‌ସିବି ମେଡିକାଲ ମାନସିକ ରୋଗ ପ୍ରତିଷ୍ଠାନର ରେକର୍ଡ କହୁଛି ଏଠାକୁ ଚିକିତ୍ସା ନିମନ୍ତେ ଆସୁଥିବା ସମୁଦାୟ ରୋଗୀଙ୍କ ମଧ୍ୟରୁ ପାଖାପାଖି ୨୦ ପ୍ରତିଶତ ଆତ୍ମହତ୍ୟା ଉଦ୍ୟମ କରିଥିବା ରୋଗୀ ବୋଲି ଜଣାପଡିଛି।

ବିଶ୍ୱରେ ପ୍ରତିବର୍ଷ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବାବେଳେ ସେଥିରୁ ଭାରତର ସଂଖ୍ୟା ୧ଲକ୍ଷ ୩୫ହଜାର ରହିଛି ବୋଲି ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ତଥ୍ୟରୁ ଜଣାପଡିଛି। ଅର୍ଥାତ୍‌ ସମୁଦାୟ ଆତ୍ମହତ୍ୟାର ୧୭ ପ୍ରତିଶତ କେବଳ ଭାରତରେ ଘଟୁଛି। ଏସ୍‌ସିବି ମେଡିକାଲ ମାନସିକ ରୋଗ ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡା. ସତ୍ୟକାମ ମହାପାତ୍ରଙ୍କ କହିବାନୁଯାୟୀ, ମହାରାଷ୍ଟ୍ର, ତାମିଲନାଡୁ ଓ କର୍ନାଟକ ରାଜ୍ୟରେ ଆତ୍ମହତ୍ୟାର ହାର ଅଧିକ। ଏନ୍‌ସିଆର୍‌ବି ତଥ୍ୟ କହୁଛି ପ୍ରତିବର୍ଷ ୫୦ରୁ ଅଧିକ ଆତ୍ମହତ୍ୟା ଘଟଣା ଘଟୁଥିବା ରାଜ୍ୟଗୁଡିକ ମଧ୍ୟରେ ନାଗାଲାଣ୍ଡ ଓ ମଣିପୁର ଥିବାବେଳେ ୫୦ରୁ ୩୦୦ ଆତ୍ମହତ୍ୟା ଘଟୁଥିବା ରାଜ୍ୟ ମଧ୍ୟରେ ଜମ୍ମୁ- କଶ୍ମୀର, ଉତ୍ତରାଖଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ରହିଛି। ସେହିପରି ୩୦୦ରୁ ୨୦୦୦ ଆତ୍ମହତ୍ୟା ଘଟୁଥିବା ରାଜ୍ୟ ମଧ୍ୟରେ ପଞ୍ଜାବ, ଝାଡଖଣ୍ଡ, ହିମାଚଳପ୍ରଦେଶ ରହିଛି। ୨୦୦୦ରୁ ୧୦ହଜାର ମଧ୍ୟରେ ଓଡ଼ିଶା, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଦିଲୀ, ରାଜସ୍ଥାନ, ଗୁଜରାଟ ଭଳି ରାଜ୍ୟ ରହିଛି। ୧୦ହଜାରରୁ ଅଧିକ ଆତ୍ମହତ୍ୟା ଘଟୁଥିବା ରାଜ୍ୟଗୁଡିକ ମଧ୍ୟରେ ତାମିଲନାଡୁ, କର୍ନାଟକ ଓ ମହାରାଷ୍ଟ୍ର ରହିଛି।

ମାନସିକ ରୋଗ ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଭାରତରେ ୧୯୮୭ରୁ ୨୦୦୭ ମଧ୍ୟରେ ପ୍ରତି ୧ଲକ୍ଷ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ହାର ୭.୯ ପ୍ରତିଶତରୁ ୧୦.୩ ପ୍ରତିଶତକୁ ବୃଦ୍ଧି ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତି ୧ଲକ୍ଷ ମହିଳାରେ ୧୬.୪ ପ୍ରତିଶତ ଆତ୍ମହତ୍ୟା କରୁଛନ୍ତି। ଏହି ହାରରେ ଭାରତ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି। ସେହିପରି ପ୍ରତି ୧ଲକ୍ଷ ପୁରୁଷରେ ୨୫.୮ ପ୍ରତିଶତ ଆତ୍ମହତ୍ୟା କରୁଛନ୍ତି ଯାହା ବିଶ୍ୱରେ ୨୨ତମ ସ୍ଥାନରେ ରହିଛି। ଏନ୍‌ସିଆରବି ତଥ୍ୟ ଅନୁଯାୟୀ, ୨୦୧୫ରେ ଭାରତରେ ୧,୩୩,୬୨୩ଜଣ ଆତ୍ମହତ୍ୟା କରିଥିଲେ। ୨୦୧୪ ତୁଳନାରେ ତାହା ୧.୪ ପ୍ରତିଶତ ଅଧିକ ଥିଲା। ଏହି କ୍ରମରେ ଓଡ଼ିଶାକୁ ଦେଖିଲେ ଉକ୍ତ ବର୍ଷ ଆତ୍ମହତ୍ୟା ସଂଖ୍ୟା ୪୧୬୦ ଥିଲା।

ଆତ୍ମହତ୍ୟାର କାରଣଗୁଡିକ ସମ୍ପର୍କରେ ଡାକ୍ତରମାନେ ଯେଉଁ ତଥ୍ୟ ଦେଉଛନ୍ତି ତାହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଡା. ମହାପାତ୍ରଙ୍କ କହିବାନୁଯାୟୀ, ଏହା ଏକ ଜଟିଳ ସାମାଜିକ ସମସ୍ୟା। ଯେତିକି ଲୋକ ଆତ୍ମହତ୍ୟା ଜନିତ ମୃତ୍ୟୁବରଣ କରୁଛନ୍ତି ତାହାଠାରୁ ୨୦ଗୁଣ ଅଧିକ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଭାରତରେ ୧୫ରୁ ୩୫ବର୍ଷ ବୟସର ଯୁବତୀଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ବୋଲି ଡା. ମହାପାତ୍ର କହିଛନ୍ତି। ମୋଟ୍‌ ଆତ୍ମହତ୍ୟା ଘଟଣାରୁ ୯୦ ପ୍ରତିଶତ କେବଳ ବିଭିନ୍ନ ମାନସିକ ସମସ୍ୟା କାରଣରୁ କରିଥାନ୍ତି। ସେଗୁଡିକ ହେଲା ସ୍କିଜୋଫେର୍ନିଆ (ଦୀର୍ଘସ୍ଥାୟୀ ମାନସିକ ବିଶୃଙ୍ଖଳା), ମାନସିକ ଉଦ୍‌ବେଗ (ଏଙ୍ଗଜାଇଟି) ଓ ବ୍ୟକ୍ତିତ୍ୱ ବିକାର ରୋଗ। ବେରୋଜଗାରୀ, ଫସଲହାନି, ଆତ୍ମୀୟଙ୍କ ମୃତ୍ୟୁ, ପ୍ରେମରେ ବିଫଳତା ଓ ବିବାହ ବିଚ୍ଛେଦ ଆଦି ପ୍ରମୁଖ କାରଣ। ଏସ୍‌ସିବି ମେଡିକାଲକୁ ଅଧିକାଂଶ ଏହିଭଳି ରୋଗୀ ଆସୁଥିବା ଡା. ମହାପାତ୍ର କହିଛନ୍ତି। ଏଭଳି ଲକ୍ଷଣ ପ୍ରକାଶ ପାଉଥିବା ରୋଗୀଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ଆଣିବା ଉଚିତ୍‌ ବୋଲି ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି। ଉଦାହରଣ ଦେଇ ମହାପାତ୍ର କହିଛନ୍ତି, ଜଣେ ୩୦ ବର୍ଷୀୟ ଯୁବକ ଆର୍ଥିକ ସଙ୍କଟରେ ପଡିଥିଲେ। ଏହାକୁ ନେଇ ତାଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ବଢିବା ସହିତ ସେ ଉଦ୍ୟମ ମଧ୍ୟ କରିଥିଲେ। ମାତ୍ର ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ଆଣିବା ଦ୍ୱାରା ସେ ଉପକୃତ ହୋଇଥିଲେ। ଉପଯୁକ୍ତ କାଉନସେଲିଂ ଏହାର ଏକ ଅବ୍ୟର୍ଥ ଚିକିତ୍ସା ବୋଲି ଡା. ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri