Categories: ଜାତୀୟ

ମହାରାଷ୍ଟ୍ର ଡ୍ରାମା: ଭାଜପାର ନା ପରେ, ଶିବସେନାକୁ ସରକାର ଗଢିବା ପାଇଁ ପଚାରିଲେ ରାଜ୍ୟପାଳ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏବେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଚାଲିଛି। ରବିବାର ଭାଜପା ସରକାର ଗଢିବା ପାଇଁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାର ଦ୍ୱିତୀୟ ବୃହତ୍‌ ପାର୍ଟି ଶିବସେନାକୁ ସରକାର ଗଢିବା ବିଷୟରେ ପଚାରିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଆଧାରରେ ଭାଜପାକୁ ଅଧିକ ଆସନ ମିଳିଥିବାରୁ ପ୍ରଥମେ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଭାଜପାକୁ ଆମନ୍ତ୍ରଣ କରିଥିଲେ। ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ନ ଥିବାରୁ ଭାଜପା ସରକାର ଗଢ଼ିବ ନାହିଁ ବୋଲି ରାଜ୍ୟପାଳଙ୍କୁ ଭେଟି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ଭାଜପା ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୧୪୫ ରହିଛି।

Share