Posted inଜାତୀୟ

ମହାରାଷ୍ଟ୍ରରେ ହୋଟେଲ ରାଜନୀତି: କଂଗ୍ରେସର ଅଭିଯୋଗ; ଭାଜପା ଚଳାଇଛି ଘୋଡ଼ାବେପାର ଉଦ୍ୟମ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସରକାରକୁ ଆସ୍ଥାଭୋଟର ସମ୍ମୁଖୀନ ହେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି। ଏଭଳି ସମୟରେ ଭାଜପା ପକ୍ଷରୁ ଘୋଡ଼ାବେପାର ଉଦ୍ୟମ ଚାଲିଥିବା କଂଗ୍ରେସ ଅଭିଯୋଗ ଆଣିଛି।
ବରିଷ୍ଠ କଂଗ୍ରେସ ନେତା ଅଶୋକ ଚଭନ କହିଛନ୍ତି, ଭାଜପା ମୁମ୍ବାଇରେ କେତେକ ହୋଟେଲ ରୁମ୍‌ ବୁକ୍‌ କରିଛି। ଏହାସହ କଂଗ୍ରେସର କେତେଜଣ ବିଧାୟକଙ୍କ ସହ ଦଳବଦଳ ପାଇଁ ଯୋଗାଯୋଗ କରୁଛି। ସେହିପରି ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଭାଜପାକୁ ଡେଇଁଥିବା ରାଧାକୃଷ୍ଣ ପାଟିଲ, ରାଜ୍ୟ ସଭା ସଦସ୍ୟ ନାରାୟଣ ରାଣେ, ଏନ୍‌ସିପିରୁ ଭାଜପାରେ ମିଶିଥିବା ବିଧାୟକ ଗଣେଶ ନାଏକ ଏବଂ ବାବନରାଓ ପଚପୁଟେଙ୍କୁ ଅନ୍ୟ ଦଳର ବିଧାୟକଙ୍କୁ ଯେଗାଡ଼ ପାଇଁ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି। ତେବେ କଂଗ୍ରେସ ବିଧାୟକମାନେ ଏକଜୁଟ ଅଛନ୍ତି। ସେମାନଙ୍କୁ ଶିକାର କରାଯାଇ ପାରିବ ନାହିଁ ବୋଲି ଚଭନ ଦୃଢ଼ୋକ୍ତି ବାଢ଼ିଛନ୍ତି। ଭାଜପାର ଘୋଡ଼ାବେପାର ଉଦ୍ୟମକୁ ଏଡ଼ାଇବା ପାଇଁ ଶିବସେନା, ଏନ୍‌ସିପି ଓ କଂଗ୍ରେସ ବିଧାୟକମାନଙ୍କୁ ବିଭିନ୍ନ ହୋଟେଲରେ ରଖାଯାଇଛି। ରେନେସାଁ ହୋଟେଲରେ ଥିବା ଏନ୍‌ସିପି ବିଧାୟକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦଳ ପକ୍ଷରୁ ଯୋଜନା ଚାଲିଥିବା ଜଣାପଡ଼ିଛି।

‘ଆସ୍ଥାଭୋଟରୁ ପଳାୟନ କରୁଛି ଭାଜପା’


ମହାରାଷ୍ଟ୍ର ବିଧାନସଭାରେ ବହୁମତ ନ ଥିବାରୁ ଭାଜପା ଆସ୍ଥାଭୋଟରୁ ପଳାୟନ କରୁଛି ବୋଲି ରବିବାର କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ଭାଜପା ଓ ଏନ୍‌ସିପିର ଅଜିତ ପାଓ୍ବାର ସାମ୍ବିଧାନିକ ମୂଲ୍ୟବୋଧକୁ ମଳିନ କରିଛନ୍ତି। ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱାଧୀନ ସରକାର ଅବୈଧ। ସାମ୍ପ୍ରତିକ ସଙ୍କଟର କେବଳ ଗୋଟିଏ ଉତ୍ତର ହେଉଛି ଆସ୍ଥାଭୋଟ।


Enter your email to get our daily news in your inbox.

All Right Reserved By Dharitri.Com

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri