Categories: ଜାତୀୟ

ମହାରାଷ୍ଟ୍ରରେ ପୁଣିଥରେ ବିଧାନସଭା ନିର୍ବାଚନ ହେବା ଆବଶ୍ୟକ:ଭାଜପା ମନ୍ତ୍ରୀ

ପୁଣେ,୫।୧୧: ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାଓ୍ବଲ ପୁଣିଥରେ ବିଧାନସଭା ନିର୍ବାଚନ କରିବା ପାଇଁ ମତ ଦେଇଛନ୍ତି। ସେ କହିଛନ୍ତି ଭାଜପାର କିଛି ବରିଷ୍ଠ ନେତା ରାଜ୍ୟରେ ପୁଣିଥରେ ନିର୍ବାଚନ ହେଉ ବୋଲି ଚାହୁଁଛନ୍ତି। ଦ୍ୱିତୀୟଥର ନିର୍ବାଚନ ହେଲେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଜୟକୁମାର ଆଶାବାଦୀ ଅଛନ୍ତି। ଧୁଲେରେ ଆୟୋଜିତ ଦଳର ସମୀକ୍ଷା ବୈଠକପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବିଧାନସଭାର କାର୍ଯ୍ୟକାଳ ୮ ତାରିଖରେ ଶେଷ ହେଉଛି। ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ଭାଜପା ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୧୪୫ ରହିଛି।

Share