Categories: ଜାତୀୟ

ମହାରାଷ୍ଟ୍ରରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

ମୁମ୍ବାଇ,୩୧।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜୁନ ୩୦ ଯାଏ ଲକଡାଉନ ଅବଧି ବଢ଼ାଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଲକଡାଉନକୁ ‘ମିଶନ ବିଗିନ୍‌ ଏଗେନ୍‌’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରବିବାର ଫେସବୁକ ଜରିଆରେ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି,‘କରୋନାକୁ ନେଇ ସମସ୍ତ ତଥ୍ୟ ସାମ୍ନାକୁ ଆସିବା ଦରକାର। ମହାରାଷ୍ଟ୍ରରେ ଜଣେ ବି କରୋନା ସଂକ୍ରମିତ ଲୁଚି ନ ଯିବ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଦରକାର’। ତେଣୁ ଲୋକମାନେ ସରକାରଙ୍କୁ ଏ ଦିଗରେ ସହଯୋଗ କରିବା ଆବଶ୍ୟକ ବୋଲି ଉଦ୍ଧବ ଠାକରେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ରେ ଏଯାପର୍ଯ୍ୟନ୍ତ ୬୪,୧୬୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଯାବତ ୨,୧୯୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

Share