ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଘଡ଼ିକେ ଘୋଡ଼ା ଛୁଟୁଛି। ଭାଜପା ସରକାର ଗଠନରୁ ଓହରି ଯିବା ପରେ ଏବେ ଶିବସେନା ଏବେ ଏନ୍ସିପି ଏବଂ କଂଗ୍ରେସ ହାତ ଧରି କ୍ଷମତା ଦଖଲ ଯୋଜନା ପ୍ରସ୍ତୁତ କରିଛି। ଇତିମଧ୍ୟରେ ଶିବସେନା ଏନ୍ସିପି ଏବଂ କଂଗ୍ରେସ ସହିତ ଆଲୋଚନା କରିଛି। ରାଜ୍ୟରେ ସରକାର ଗଠନ ପାଇଁ କଂଗ୍ରେସ ନୂଆ ଫର୍ମୂଲା ତିଆରି କରିଛି। ଫର୍ମୂଲା ଅନୁସାରେ ଶିବସେନା-ଏନ୍ସିପି-କଂଗ୍ରେସର ୧୪-୧୪ ମନ୍ତ୍ରୀ କ୍ୟାବିନେଟ୍ରେ ରହିବେ। ଏହା ସହିତ ୨ ଉପମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟ ରହିବ। ଯାହାଦ୍ୱାରା ସରକାର ଗଠନରେ କୌଣସି ବାଦବିବାଦ ରହିବ ନାହିଁ। କଂଗ୍ରେସ ଦଳ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏକ ବୈଠକ ହେବ। ଏହାପରେ ମହାରାଷ୍ଟ୍ରରେ ୩ ଦଳ ମଧ୍ୟରେ ମେଣ୍ଟ ନେଇ ଯୋଜନା ହେବ ବୋଲି କୁହାଯାଉଛି।

