ମହାମାରୀ ସାଜିବ ମାନବାଧିକାର ସଙ୍କଟ

ଜାତିସଂଘ,୨୬।୪: ମହାମାରୀ କରୋନା ବିଶ୍ୱରେ ଦ୍ରୁତ ଗତିରେ ମାନବାଧିକାର ସଙ୍କଟର ରୂପ ନେବାରେ ଲାଗିଛି। ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଦାବି କରୁଥିବା ରାଷ୍ଟ୍ରଗୁଡ଼ିକ ଏହି ଘାତକ ଭୂତାଣୁକୁ ବ୍ୟକ୍ତିଗତ ମାନବାଧିକାର ହନନ ଲାଗି ବାହାନା ଭାବେ ବ୍ୟବହାର କରିପାରିବେ ନାହିଁ ବୋଲି ଜାତିସଂଘ ପକ୍ଷରୁ ଚେତବାନୀ ଦିଆଯାଇଛି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏକ ଭିଡିଓ ସନ୍ଦେଶରେ କହିଛନ୍ତି, ସାମ୍ପ୍ରତିକ ସ୍ଥିତିରେ କରୋନା ଯୋଗୁ ସ୍ବାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସଙ୍କଟ ଦେଖାଦେବା ସହ ବିଶ୍ୱ ପ୍ରଭାବିତ ହୋଇଛି। କୋଭିଡ୍‌-୧୯ ଭୂତାଣୁ ଭଳି ଏହାର ପ୍ରଭାବ ମଧ୍ୟ ଭେଦଭାବ ଦେଖେନାହିଁ। କିନ୍ତୁ ଚାଇନା, ଭାରତ, ହଙ୍ଗେରି, ତୁର୍କୀ ଓ ଦକ୍ଷିଣ ଆଫ୍ରିକା ଭଳି କେତେକ ରାଷ୍ଟ୍ରରେ ଏହାର ମୁକାବିଲା କ୍ଷେତ୍ରରେ ଭେଦଭାବ ସାମ୍ନାକୁ ଆସିଛି। ଏହି ଦେଶଗୁଡ଼ିକରେ କେତେକ ନିର୍ଦ୍ଦିଷ୍ଟ ସମୁଦାୟ ଉପରେ ଏହାର ବିଷମ ପ୍ରଭାବ ଦେଖିବାକୁ ମିଳୁଛି। ଘୃଣା ମନ୍ତବ୍ୟ, ଦୁର୍ବଳ ବର୍ଗଙ୍କ ଉପରେ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସ୍ବାସ୍ଥ୍ୟ ସେବା ପରିଚାଳନାକୁ ନୂ୍ୟନ କରିଦେଉଛି ବୋଲି ଗୁଟେରେସ୍‌ କହିଛନ୍ତି।
ଜାତିସଂଘ ପକ୍ଷରୁ ଜାରି ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଶରଣାର୍ଥୀ ଓ ଆଭ୍ୟନ୍ତରୀ ବିସ୍ଥାପିତ ଲୋକେ ବିଶେଷକରି ଦୁର୍ଦ୍ଦଶା ଭୋଗୁଛନ୍ତି। ଅଦ୍ୟାବଧି ବିଶ୍ୱର ୧୩୧ ରାଷ୍ଟ୍ର ସେମାନଙ୍କ ସୀମାକୁ ବନ୍ଦ କରିଦେଲେଣି। ମାତ୍ର ୩୦ ଦେଶରେ ଶରଣ ଆଶାୟୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳୁଛି। କେତେକ ଦେଶରେ ଜାତିଆଣ-ଜାତୀୟତାବାଦ, ଜନବାଦ, ଅଧିନାୟକବାଦ ଓ ମାନବାଧିକାର ପ୍ରତି ବିପଦ ବଢ଼ିଚାଲିଥିବା ପରିପ୍ରେକ୍ଷୀରେ ଏହି ସଙ୍କଟକୁ କେହି କେହି କରୋନା ମୁକାବିଲା ଲାଗି ଏକ ବାହାନା ଭାବେ ଆପଣାଇପାରନ୍ତି। କେତେକ ସମୟରେ ମିଥ୍ୟା ଖବର ଆଳରେ ଖବରଦାତା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅଧିକାର କର୍ମୀ କିମ୍ବା ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରାଯାଉଛି। ଅନ୍‌ଲାଇନ ସର୍ଭିଲାନ୍ସ ଓ ଆକ୍ରମଣାମତ୍କ ସାଇବର ନୀତି ମଜଭୁତ ହେବାରେ ଲାଗିଛି, ଯାହାକି ଗ୍ରହଣୀୟ ନୁହେଁ। ତେବେ ସରକାରମାନେ ଭାଇରସ୍‌ ସଂକ୍ରମଣ ରୋକିବା ସକାଶେ ସେମାନଙ୍କ ଉଦ୍ୟମ ସମ୍ପର୍କରେ ସ୍ବଚ୍ଛତା ଅବଲମ୍ବନ କରି ସତ୍ୟାସତ୍ୟର ଯାଞ୍ଚ ପାଇଁ ବିରୋଧୀ କିମ୍ବା ସିଭିଲ ସୋସାଇଟି ଗ୍ରୁପ୍‌ଗୁଡ଼ିକୁ ସୁଯୋଗ ଦେବା ଉଚିତ। ଏଥିପାଇଁ ନୂଆ ଜ୍ଞାନକୌଶଳର ଉପଯୋଗ ବିଶେଷ ଭାବେ ସହାୟକ ହେବ ବୋଲି ଗୁଟେରେସ୍‌ କହିଛନ୍ତି।
ପ୍ରକାଶ ଯେ, ସଂକ୍ରମଣ ବଢ଼ିଚାଲିଥିବାବେଳେ ଜାତିସଂଘ ମୁଖ୍ୟ ବିଶ୍ୱବ୍ୟାପୀ ଅସ୍ତ୍ରବିରତିର ଆହ୍ବାନ ଦେବା ସହ ଘରୋଇ ହିଂସା ବୃଦ୍ଧି ବିରୋଧରେ ଚେତାବନୀ ଦେଇଛନ୍ତି। ତେବେ ଏହି ସଙ୍କଟରୁ ମୁକ୍ତି ପାଇଁ ସମାଧାନର ବିଶେଷ କିଛି ପନ୍ଥା ବାହାର କରିବାରେ ବିଫଳତାକୁ ନେଇ ଜାତିସଂଘକୁ ବିଭିନ୍ନ ମହଲରେ ସାମଗ୍ରିକ ଭାବେ ସମାଲୋଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri