ମହାଭିଯୋଗ ଯାଞ୍ଚ୍‌ର ପ୍ରାଥମିକ ରିପୋର୍ଟ: ଟ୍ରମ୍ପ୍‌ ଦୋଷୀ

ଓ୍ବାଶିଂଟନ,୪।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍‌ଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗର ଯାଞ୍ଚ୍‌ ଜାରି ରହିଛି। ଇତିମଧ୍ୟରେ ଆମେରିକା ସଦନର ନ୍ୟାୟିକ କମିଟି ପକ୍ଷରୁ ଯାଞ୍ଚ୍‌ର ପ୍ରାଥମିକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରୁ କୁହାଯାଇଛି ଯେ, ରାଜନୈତିକ ଏବଂ ବ୍ୟକ୍ତିଗତ ଉଦ୍ଦେଶ୍ୟ ପୂରଣ ପାଇଁ ରାଷ୍ଟ୍ରହିତ ପ୍ରତି ଦୃଷ୍ଟି ନ ଦେଇ ସେ ନିଜର ଅଧିକାରର ଦୂରୁପଯୋଗ କରିଛନ୍ତି। ୨୦୨୦ରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ଟ୍ରମ୍ପ୍‌ ବିଦେଶରୁ ସହାୟତା ଲୋଡ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

Share