ମହାଭାରତ ଯୁଗରୁ ବିରଜାକ୍ଷେତ୍ର….

ବରାହମାଧବ ବା ବରାହ ବିଷ୍ଣୁଙ୍କ ଉପସ୍ଥିତି ଯୋଗୁ ଯାଜପୁରକୁ ବରାହକ୍ଷେତ୍ର ବୋଲି କୁହାଯାଏ। ବରାହମାଧବଙ୍କ ଉପତ୍ତ୍ତି ସମ୍ପର୍କରେ ବିରଜାକ୍ଷେତ୍ର ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଆର୍ଯ୍ୟଙ୍କ ଆର୍ଯ୍ୟେତର ଜାତିମାନଙ୍କ ଉପରେ ପ୍ରଭୁତ୍ୱ ଓ ପ୍ରଭାବ ସମ୍ପର୍କରେ ଏହି ଆଖ୍ୟାୟିକାରୁ ସ୍ପଷ୍ଟ ସୂଚନା ମିଳେ। ସୁଦୂର ଅତୀତରେ ଯାଜପୁର ଓ ବିରଜା ମଣ୍ଡଳ ପୂର୍ବ ଆଣବ ରାଜ୍ୟର ଅଂଶବିଶେଷ ଥିଲା। ରାଜା ଅଣୁଙ୍କର ବଂଶଧର ଅସୁରରାଜ ବଳି ବୈତରଣୀ ତୀରସ୍ଥ ତାଙ୍କ ରାଜଧାନୀରୁ ସମଗ୍ର କଳିଙ୍ଗଦେଶ ଶାସନ କରୁଥିଲେ। ଯାଜପୁର ସହରର ନିକଟବର୍ତ୍ତୀ ବୈତରଣୀର ଉତ୍ତର ତୀରରେ ଅବସ୍ଥିତ ବଳିଘାଇ ଗ୍ରାମରେ ବଳିଠାକୁର ନାମକ ଦେବତାଙ୍କୁ ଲୋକମାନେ ପୂଜା ଉପାସନା କରୁଥିବା ତାତ୍ପର୍ଯ୍ୟପୂର୍ଣ୍ଣ। ପୂର୍ବ ଆଣବ ରାଜ୍ୟର ଅଂଶସ୍ବରୂପ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସୁହ୍ମ ରାଜ୍ୟଗୁଡିକର ଗଠନ ସମ୍ପର୍କରେ ମହାଭାରତ, ମସତ୍‌ୟପୁରାଣ, ବାୟୁପୁରାଣ, ବିଷ୍ଣୁ ପୁରାଣ, ଭାଗବତ ପୁରାଣ ଓ ବ୍ରହ୍ମାଣ୍ଡ ପୁରାଣ ଆଦିରେ ବର୍ଣ୍ଣନା କରାଯାଇଛି। ଆର୍ଯ୍ୟମାନଙ୍କ ସମଗ୍ର ଭାରତ ବର୍ଷରେ ବସତି ସ୍ଥାପନ ଏବଂ ବିଶେଷତଃ ଦକ୍ଷିଣାପଥ ଅଧିକାର ସମୟରେ ଯାଜପୁର ଅଞ୍ଚଳର ଐତିହାସିକତା ସମ୍ପର୍କରେ ଉପରୋକ୍ତ ଆଖ୍ୟାୟିକାରୁ ଯଥେଷ୍ଟ ପ୍ରମାଣ ମିଳେ। ଏହାବାଦ ମହାଭାରତ ପୁରାଣରେ ଯାଜପୁରର ସ୍ଥାନ ରହିଛି। ପାଣ୍ଡବମାନଙ୍କ ତୀର୍ଥଯାତ୍ରା କାଳରେ ସେମାନେ ବୈତରଣୀ ତଟସ୍ଥ ବିରଜଃ-ତୀର୍ଥକୁ ଆସିଥିଲେ। ଏହି ବିରଜଃ ତୀର୍ଥ ହେଉଛି ଆଧୁନିକ ଯାଜପୁର।

ଏହି ବର୍ଣ୍ଣନା ପ୍ରସଙ୍ଗରେ କୁହାଯାଇଛି ଯେ, ଭାଇମାନଙ୍କୁ ସଙ୍ଗରେ ଧରି ରାଜା ଯୁଧିଷ୍ଠିର ସମୁଦ୍ର ତୀର ଦେଇ କଳିଙ୍ଗ ଜାତି ବାସକରୁଥିବା ଅଞ୍ଚଳ ପ୍ରତି ଅଗ୍ରସର ହୋଇଥିଲେ। ଏହି ଅଞ୍ଚଳରେ ବୈତରଣୀ ନଦୀ ପ୍ରବାହିତ ହେଉଥିଲା। ସେହି ପବିତ୍ର ବୈତରଣୀ ନଦୀ ତୀରରେ ଧର୍ମଦେବତା ଯଜ୍ଞ ଓ ପୂଜାନୁଷ୍ଠାନ ସମ୍ପନ୍ନ କରିଥିଲେ। ବୈତରଣୀର ଉତ୍ତରତୀର ଯଜ୍ଞ ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ପାଇଁ ପ୍ରଶସ୍ତ ସ୍ଥାନ ରୂପେ ବିବେଚିତ ହେଉଥିବାରୁ ସେଠାରେ ବହୁ ମୁନିଋଷି ବାସ କରୁଥିଲେ। ପୂଜାବିଧି ଆଚରଣ ପୂର୍ବକ ଓ ବୈଦିକ କ୍ରିୟାନୁଷ୍ଠାନ ଦ୍ୱାରା ମୁନିଋଷିମାନେ ଦେବତାମାନଙ୍କୁ ପୂଜା ଓ ପ୍ରାର୍ଥନା କରୁଥିଲେ। ଏଣୁ ବୈତରଣୀ ତୀରସ୍ଥ ଯାଜପୁରକୁ ଯଜ୍ଞପୁର ବୋଲି ଚିହ୍ନିତ କଲେ ଅସମୀଚୀନ ହେବ ନାହିଁ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ବେଳକୁ ଦକ୍ଷିଣ ଭାରତରେ ଆର୍ଯ୍ୟ ସଭ୍ୟତାର ପ୍ରସାର ଓ ପ୍ରଭାବ ସୁଦୃଢ଼ ହୋଇ ସାରିଥିଲା। ବୈଦିକ ସନାତନ ଧର୍ମ ବ୍ୟାପକ ଭାବେ ପ୍ରସାର ଲାଭ ମଧ୍ୟ କରିଥିଲା। ତେଣୁ ଖ୍ରୀଷ୍ଟପୂର୍ବ ସପ୍ତମ ଓ ଅଷ୍ଟମ ଶତାବ୍ଦୀରୁ ଦକ୍ଷିଣ ଭାରତରେ ଆର୍ଯ୍ୟଧର୍ମର ପ୍ରସାର ଆରମ୍ଭ ହୋଇଥିବା ମନେହୁଏ।

ଆର୍ଯ୍ୟ ବୈଦିକ ଧର୍ମର ପ୍ରଚାରକମାନେ ଯାଜପୁର ଅଞ୍ଚଳ ଦେଇ ଦକ୍ଷିଣ ଭାରତକୁ ଗମନ କରିଥିଲେ। ସେମାନେ ସେମାନଙ୍କ ଧର୍ମର ପ୍ରସାର କରିବା ସମୟରେ ପ୍ରଥମେ ବୈତରଣୀ ନଦୀ ତୀରରେ ଯଜ୍ଞ ସମ୍ପାଦନ କରିଥିବା ଅନୁମାନ କରାଯାଏ। ବୈତରଣୀକୁ ସର୍ବପାପହାରିଣୀ ବୋଲି ପ୍ରଚାର କରି ଏହି ନଦୀର ଆଧ୍ୟାମତ୍ିକ ଗୁରୁତ୍ୱ ପ୍ରତିପାଦନ କରିଥିଲେ। ଏଣୁ ସେମାନେ ଯାଜପୁର ସନ୍ନିକଟ ବୈତରଣୀର ଉତ୍ତର ତୀରକୁ ଏକ ତୀର୍ଥ ବୋଲି ଘୋଷଣା କରିଥିଲେ। ମହାଭାରତ ଯୁଦ୍ଧ ପରେ ଓ ନନ୍ଦ ବଂଶ ରାଜତ୍ୱ ପୂର୍ବରୁ କଳିଙ୍ଗରେ ପ୍ରାୟ ୩୨ ଜଣ ଶାସକ ରାଜତ୍ୱ କରିଥିଲେ। ଏହି ସମୟ ମଧ୍ୟରେ ଦନ୍ତପୁର କଳିଙ୍ଗର ରାଜଧାନୀ ଥିଲା। ଐତିହାସିକ ଗବେଷଣାରୁ ଉପଲବ୍ଧ ହୁଏ ଯେ, ମହାଭାରତ ଯୁଦ୍ଧ ପରଠାରୁ ଖ୍ରୀ.ପୂ. ୩୫୦ ପର୍ଯ୍ୟନ୍ତ ଦନ୍ତପୁର ରାଜଧାନୀ ସହର ଥିଲା। ପୁନଶ୍ଚ ଦୀର୍ଘ ୬୦୦ ବର୍ଷ ପରେ ତୃତୀୟ ଶତାବ୍ଦୀର ଶେଷ ଭାଗରେ ଦନ୍ତପୁର କଳିଙ୍ଗର ରାଜଧାନୀ ଥିବାର ମଧ୍ୟ ଜଣାଯାଏ। ତୃତୀୟ ଓ ଚତୁର୍ଥ ଶତାବ୍ଦୀରେ ଦନ୍ତପୁର ରାଜା ଗୁହଶିବଙ୍କ ରାଜଧାନୀ ଥିଲା। ଐତିହାସିକମାନଙ୍କ ମତରେ ଗୁହଶିବ ହେଉଛନ୍ତି ବିରଜାମଣ୍ଡଳ ବା ଆଧୁନିକ ଯାଜପୁର ଅଞ୍ଚଳର ପ୍ରାଚୀନ ରାଜା। ସେ ବୌଦ୍ଧ ଧର୍ମର ଜଣେ ପ୍ରଧାନ ପୃଷ୍ଠପୋଷକ ଥିଲେ। କଳିଙ୍ଗ ମାହିଷ୍ୟ(ମେଦିନୀପୁର) ଓ ମହେନ୍ଦ୍ରଗିରି ଅଞ୍ଚଳକୁ ନେଇ ଏକ ବିଶାଳ ସାମ୍ରାଜ୍ୟର ସେ ଶାସକ ଥିଲେ।

କେତେକ ବିଶିଷ୍ଟ ଐତିହାସିକ ଓ ଗବେଷକଙ୍କ ମତରେ ପ୍ରାଚୀନ ଯାଜପୁର ଦନ୍ତପୁର ସଂଲଗ୍ନ ଏକ ସହର ଥିଲା। ବୌଦ୍ଧଧର୍ମର ପ୍ରଥମ ପ୍ରସାର ସମୟରେ ଦନ୍ତପୁର ପ୍ରାଚୀନ ଯାଜପୁର ନିକଟରେ ଅବସ୍ଥିତ ଥିଲା। ଏବେ ଏହାର ଆପାତଃ ପ୍ରମାଣ ଯାଜପୁର ଅଞ୍ଚଳରେ କୋଣ ଅନୁକୋଣରେ ଉପଲବ୍ଧ ବୌଦ୍ଧଧର୍ମର ପ୍ରଚୁର ଅବଶେଷରୁ ମିଳିଥାଏ। ନିକଟ ଅତୀତରେ ଯାଜପୁର ଅଞ୍ଚଳର ଉଦୟଗିରି ଓ ଲଳିତଗିରି ଉତ୍‌ଖନନରୁ ବୁଦ୍ଧଦେବଙ୍କ ଦେହାବଶେଷ ମିଳିଛି। ଭାରତବର୍ଷରେ ଏ ପର୍ଯ୍ୟନ୍ତ ଏଭଳି ଦେହାବଶେଷ ଅନ୍ୟ କୌଣସିଠାରେ ମଳିନାହି। ବିଭିନ୍ନ ଦିଗରୁ ପ୍ରମାଣିତ ହୋଇ ସାରିଛି ଯେ, ୪ର୍ଥ ଓ ୫ମ ଶତାବ୍ଦୀର ଗୁପ୍ତଶାସକମାନଙ୍କ ସମୟରେ ସମଗ୍ର ବିରଜା ମଣ୍ଡଳରେ ବ୍ରାହ୍ମଣ୍ୟ ଧର୍ମର ପୁନରୁଦ୍ଧାର ଘଟିଥିଲା। ବିରଜା ପୀଠକୁ ବୌଦ୍ଧଧର୍ମର ପ୍ରଭାବରୁ ମୁକ୍ତ କରାଯାଇ ଶାକ୍ତପୀଠରେ ପରିଣତ କରାଯାଇଥିଲା। ଫଳତଃ ବିଷ୍ଣୁ, ସୂର୍ଯ୍ୟ, ଶିବ ଓ ଶକ୍ତି ଉପାସକ ଗୁପ୍ତ ଶାସକମାନେ ଯାଜପୁରକୁ ଏକ ସମନ୍ବୟର କ୍ଷେତ୍ର ଭାବେ ପ୍ରତିଷ୍ଠା କରି ପାରିଥିଲେ। ଯାଜପୁରରେ ପରିଦୃଷ୍ଟ ହେଉଥିବା ଗରୁଡ ସ୍ତମ୍ଭ, ଭୋଗ ଶୟନ ବିଷ୍ଣୁ ପ୍ରତିମା, ସ୍ଥାନକ ବିଷ୍ଣୁ ପ୍ରତିମା ଓ ଆୟୁଧ ପୁରୁଷ, ଶ୍ରୀବରାହ, ଶ୍ରୀରାମ, ଦ୍ୱିଭୁଜ ଓ ଚତୁର୍ଭୁଜ ମହିଷମର୍ଦ୍ଦିନୀ ମୂର୍ତ୍ତି, ଏକମୁଖ, ତ୍ରିମୁଖ ଓ ଚତୁର୍ମୁଖ ଶିବଲିଙ୍ଗ ଆଦି ଚାରୁକଳାଯୁକ୍ତ ସ୍ଥାପତ୍ୟ ଗୁପ୍ତ ଓ ପରବର୍ତ୍ତୀ ଯୁଗର ପ୍ରଭାବ ବହନ କରେ। ଏଣୁ ଏହି ଅଞ୍ଚଳରେ ଗୁପ୍ତ ଶାସନ ପ୍ରତିଷ୍ଠାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ନ ପାରେ। ଖ୍ରୀଷ୍ଟପୂର୍ବ ଷଷ୍ଠ-ସପ୍ତମ ଶତାବ୍ଦୀ କାଳରୁ ଯାଜପୁର ଭାରତବର୍ଷର ସାଂସ୍କୃତିକ ପରମ୍ପରାରେ ଏକ ପ୍ରଧାନ ସ୍ଥାନ ରୂପେ ବିଦିତ ହୋଇ ଆସିଛି।

-ହର୍ଷବର୍ଦ୍ଧନ ବେହେରା, ଯାଜପୁର


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri