ମହାନଦୀ କୂଳର ମୃତ୍ତିକା କ୍ଷୟ ରୋକିବା ଚିନ୍ତା: ମଣିଭଦ୍ରାଠାରେ ପଥର ବୁରୁଜ କାର୍ଯ୍ୟ ନିମ୍ନମାନର, ମାଟି ଗଦା ଉପରେ ହେଉଛି ନିର୍ମାଣ

ଗଣିଆ,୨୧ା୭ (ଡି.ଏନ.ଏ.): ମହାନଦୀ ପ୍ରଖର ଜଳସ୍ରୋତକୁ ମନ୍ଥର କରିବା ଓ କୂଳର ମୃତ୍ତିକା ଅବକ୍ଷୟ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ନୟାଗଡ଼ ଜିଲା ଗଣିଆ ବ୍ଲକ ମହାନଦୀର ଦକ୍ଷିଣପାର୍ଶ୍ୱ କୂଳ ମଣିଭଦ୍ରାଠାରେ ୪ଟି ପଥର ବୁରୁଜ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଏହା ନିର୍ମାଣ ପାଇଁ ନାବାର୍ଡ ପକ୍ଷରୁ ୨୮୯.୦୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ବୁରୁଜ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ବେଳେ ଏହାର ସ୍ଥାୟିତ୍ୱ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁରୁଜଗୁଡିକ ମାଟିଗଦା ଉପରେ ପଥର ପ୍ୟାକିଂ କରାଯାଉଛି। ପୁଣି ପ୍ୟାକିଂ କରାଯାଉଥିବା ପଥର ନିର୍ଦ୍ଦିଷ୍ଟ ଆକାରର ହୋଇ ନ ଥିବା ଦେଖାଯାଉଛି। ସେହିପରି ପୂର୍ବରୁ ମହାନଦୀ ବାଲି ଶଯ୍ୟାରେ କୌଣସି ଫୁଟିଂ ବେସ୍‌ ଲାଇନ କରା ନ ଯାଇ ସିଧାସଳଖ ବାଲି ଉପରେ ମାଟି ଓ ପଥର ଗଦା କରାଯାଇ ବୁରୁଜ ନିର୍ମାଣ କରାଯାଉଛି। ଫଳରେ ଚଳିତ ବର୍ଷାଋତୁରେ ମହାନଦୀରେ ବନ୍ୟାଜଳ ଆସିଲେ ନିର୍ମାଣାଧୀନ ବୁରୁଜଗୁଡିକର ମୂଳରୁ ବାଲି ଧୋଇହୋଇ ଦବିଯିବା ସମ୍ଭାବନା ରହିଛି ା ଏହି କାର୍ଯ୍ୟ ନିମିତ୍ତ ଜଳସମ୍ପଦ ବିଭାଗ ତରଫରୁ ନିର୍ମିତ ଫଳକରେ ବୁରୁଜଗୁଡିକର ଲମ୍ବ ଓ ଓସାର ସହ କେଉଁ ସାଇଜ୍‌ ତଥା କେତେ ପରିମାଣର ପଥର ବ୍ୟବହୃତ କରାଯିବ ସେ ନେଇ କୌଣସି ସୂଚନା ଉଲ୍ଲେଖ କରାଯାଇନାହିଁ ା ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ କୌଣସି ଦିନ କାର୍ଯ୍ୟସ୍ଥଳରେ ଦେଖିବାକୁ ମିଳୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କନିଷ୍ଠଯନ୍ତ୍ରୀ ଜଣକ ଗଣିଆ ବ୍ଲକ ଜଳସମ୍ପଦ ବିଭାଗରେ ୨୦୦୫ ମସିହାରୁ କାର୍ଯ୍ୟ କରିଆସୁଛନ୍ତି। ହେଲେ ଗଣିଆସ୍ଥିତ କାର୍ଯ୍ୟାଳୟରେ ମାସକୁ ଦିନେ ଦୁଇଦିନ ଛାଡିଦେଲେ ଅନ୍ୟଦିନରେ ତାଙ୍କର ଦେଖା ମିଳେନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଫଳରେ ଏହି ବୁରୁଜ ନିର୍ମାଣ କାର୍ଯ୍ୟରେ ବିଭାଗୀୟ ଅଧିକାରୀଙ୍କ ସ୍ବଚ୍ଛତା ସ୍ପଷ୍ଟ ବାରିହୋଇପଡୁଛି। ବିଭାଗୀୟ ଉଚ୍ଚ ପଦାଧିକାରୀ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ା ଏ ସମ୍ପର୍କରେ ଗଣିଆ ଜଲସେଚନ ବିଭାଗ କନିଷ୍ଠଯନ୍ତ୍ରୀ ସୁଧାଂଶୁ ଶେଖର ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, ବୁରୁଜ ନିର୍ମାଣ କାର୍ଯ୍ୟ ଠିକ୍‌ ଚାଲିଛି ା କାର୍ଯ୍ୟ ଶେଷ ହେବା ପାଇଁ ଆହୁରି ୭ମାସ ବାକି ରହିଛି ା ଯଦି ବର୍ଷା ଦିନେ ବୁରୁଜ କ୍ଷତିଗ୍ରସ୍ତ ହୁଏ ପୁଣିଥରେ ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ…

ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…

ଜଣଙ୍କୁ ସାଇକେଲରୁ ଟାଣି ନେଇ ଦଳିଦେଲା ହାତୀ, ଆଉ ଜଣଙ୍କୁ ବାଡ଼ିପଟୁ ଭିଡ଼ିନେଇ…

ନୟାଗଡ଼/ରଣପୁର,୨୫ା୨(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ଖୋର୍ଦ୍ଧା ବନଖଣ୍ଡର ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁଇଟି ଭିନ୍ନଭିନ୍ନ ହାତୀ ଆକ୍ରମଣରେ ବୁଧବାର ସକାଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ…

ଭେଷଜ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

ନୟାଗଡ଼, ୨୪।୨(ଲୋକନାଥ ମିଶ୍ର): ଭେଷଜ ମେଡିକାଲ କଲେଜ ପାଇଁ ନୟାଗଡ଼ ଜିଲା ସଦର ମହକୁମା ମଙ୍ଗଳବାର ସକାଳ ୬ରୁ ବନ୍ଦ ହୋଇଛି । ନୟାଗଡ଼ ସହରର ବ୍ୟବସାୟୀମାନେ…

ସ୍କୁଲ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଳପଡା ପାଟଣା ପ୍ରାଥମିକ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ସୋମବାର ଜିଲାପାଳଙ୍କ ଅଫିସ…

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri